fbpx

ସ୍ମାର୍ଟ ସେବାରେ ଆଜିଠୁ ଯୋଡ଼ିହେଲା ବାଲେଶ୍ୱର, ଭାଷଣରେ ମହିଳାଙ୍କୁ ନେଇ ଏପରି କହିଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର(ଓଡ଼ିଶା ଭାସ୍କର): BSKYର ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ଆଜିଠାରୁ ଯୋଡ଼ି ହୋଇଛି ବାଲେଶ୍ୱର ଜିଲ୍ଲା । ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୧୨ଟି ବ୍ଲକ୍ର ୫ ଲକ୍ଷ ୧୩ ହଜାର ୩୫୨ ପରିବାରକୁ କାର୍ଡ ବଣ୍ଟାଯିବ । ବାଲେଶ୍ୱର ଜିଲ୍ଲାର ୧୯ ଲକ୍ଷ ଲୋକଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ ସେବା ମିଳିବ ।

ଏହା ସହିତ ବାଲେଶ୍ୱର ଜିଲ୍ଲାକୁ ୧୫୦୦ କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୩୭୬ କୋଟି ଟଙ୍କାର ୭୭ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୧୦୦ କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ ସେ କରିଛନ୍ତି । ଏହି ଅବସରରେ ମିସନ ଶକ୍ତିର ମହିଳାଙ୍କର ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ବାଲେଶ୍ୱରରେ BSKYର ସ୍ମାର୍ଟ କାର୍ଡ ବଣ୍ଟନ ଅବସରେରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘୬୦୦ ମିସନ ଶକ୍ତି ଏସଏଚଜିର ମହିଳା ମାଛଚାଷ କରିବା ଖୁସିର କଥା । ମହିଳାମାନଙ୍କ ହାତକୁ ଆହୁରି ଅଧିକ କାମ ଯୋଗାଇ ଦିଆଯିବ । BSKYରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ମାଗଣା ମିଳିବ । ଚାଷୀ ହେଉ ବା ରିକ୍ସାବାଲା, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ୍ । ଲୋକେ ଚିକିତ୍ସା ପାଇଁ ଜମି ବିକିବା, ଋଣ କରିବାର ଖବର ମୋତେ ଦୁଃଖ ଦିଏ । ରାଜ୍ୟରେ BSKYର ସ୍ମାର୍ଟ ଗରିବ ଲୋକଙ୍କ ଦୁଃଖ ଦୂର କରିବ । ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ BSKY ଏକ ମାଇଲ ଖୁଣ୍ଟ । ୩.୫ କୋଟି ଲୋକ BSKYର ସ୍ମାର୍ଟ କାର୍ଡର ସୁବିଧା ପାଇବେ । ଏଭଳି ସ୍ମାର୍ଟ ସ୍ୱାସ୍ଥ୍ୟ ସେବା ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ।’

Get real time updates directly on you device, subscribe now.