fbpx
BSKY
BJD SHG SKY
BJD YOUTH SKY

ଓଡିଶାର ମେଡ଼ିସିନ ଦୋକାନୀମାନେ ରୁହନ୍ତୁ ସାବଧାନ! କୌଣସି ମୁହୂର୍ତ୍ତରେ ହୋଇପାରେ ଆପଣଙ୍କ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: ଦେଶରେ ଆଣ୍ଟିବାୟୋଟିକ୍ସ ଔଷଧ ଗୁଡ଼ିକର ଦୁରୂପୋଯୋଗ ଦିନକୁ ଦିନ ବଢିବାରେ ଲାଗିଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ୍‌ ଆଣିଛନ୍ତି। ଆଉ ଏହି ନୂଆ ଗାଇଡଲାଇନ୍‌ ଆସିବା ପରେ ଏବେ ଆକ୍ସନ ମୁଡକୁ ଆସିଛନ୍ତି ରାଜ୍ୟ ସରକାର। ଏଣିକି ବିନା ପ୍ରେସକ୍ରିପସନରେ ଆଣ୍ଟିବାୟୋଟିକ୍‌ ବିକ୍ରି କରି ଧରା ପଡ଼ିଲେ ମେଡିସିନ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହେବ। ଏପରି କଡ଼ା ଚେତାବନୀ ଦେଇଛନ୍ତି ଓଡିଶା ଡ୍ରଗସ୍ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର।

ସୂଚନା ଥାଉକି, ଏଣିକି ଆଣ୍ଟିବାୟୋଟିକ୍ସ ମେଡିସିନ ଲେଖିବା ସମୟରେ ‘ସଠିକ ସଂକେତ’ ଲେଖିବା ପାଇଁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ତେବେ ଆଣ୍ଟିବାୟୋଟିକ୍ସ ଦେବାର କାରଣ ତଥା ରୋଗୀଙ୍କ ଦେହରେ ଥିବା ଲକ୍ଷଣ ବିଷୟରେ ପ୍ରେସକ୍ରିପ୍ସନରେ ସଠିକ ସୂଚନା ଦେବା ପାଇଁ ମଧ୍ୟ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଔଷଧ ଗୁଡ଼ିକର ଅପବ୍ୟବହାର କିମ୍ବା ଅତ୍ୟଧିକ ବ୍ୟବହାରକୁ ରୋକିବା ପାଇଁ ଡାକ୍ତରମାନେ ଆଣ୍ଟିବାୟୋଟିକ୍ସର ପ୍ରକୃତ ଉଦ୍ଦେଶ୍ୟ ଏବଂ ଆବଶ୍ୟକତାକୁ ସ୍ପଷ୍ଟ ଭାବରେ ଦର୍ଶାଇବା ଉଚିତ ବୋଲି କେନ୍ଦ୍ର ସରକାର କହିଛନ୍ତି। ତେବେ କେନ୍ଦ୍ର ସରକାରଙ୍କର ଏହି ନୂଆ ଗାଇଡଲାଇନ୍ ପରିପ୍ରେକ୍ଷୀରେ ଡ୍ରଗ୍ସ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର କହିଛନ୍ତି, ବିନା ପ୍ରେସକ୍ରିପସନରେ କେହି ଆଣ୍ଟିବାୟୋଟିକ୍‌ ବିକ୍ରି କରି ପାରିବେନି। ଯଦି ବିକୁଥିବା ନେଇ ଧରାପଡ଼ନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯିବ। ସେମାନଙ୍କ ବିରୋଧରେ Drugs and Cosmetics ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ଦରକାର ପଡ଼ିଲେ, ଲାଇସେନ୍ସ ସସପେଣ୍ଡ ଓ ରଦ୍ଦ ବି କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଏହା ସହ ସେ କହିଛନ୍ତି, ଡାକ୍ତରମାନେ ଆଣ୍ଟିବାୟୋଟିକ୍ସ ପ୍ରେସକ୍ରାଇବ କରିବାର କାରଣ ସ୍ପଷ୍ଟ କରି ଲେଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। Drugs and Cosmetics ACT ରେ ଅନୁଛେଦ H ରେ ୫୫୧ ଡ୍ରଗସ୍‌ ଅଛି। H1 ରେ ୪୭ ପ୍ରକାର ଡ୍ରଗସ୍‌ ଅଛି ଯାହା କି higher antibiotics । ଏଥି ପାଇଁ ଦୋକାନୀ ରେଜିଷ୍ଟର କଡ଼ାକଡ଼ି ପାଳନ କରିବାର ନିୟମ ଅଛି।

 

Get real time updates directly on you device, subscribe now.