fbpx

ସାଧାରଣ ଜନତା କେବେ କରିପାରିବେ ରାମଲଲାଙ୍କ ଦର୍ଶନ? ଭରିବାକୁ ପଡିବ କି ଶୁଳ୍କ? ଜାଣନ୍ତୁ ସବୁ ପ୍ରଶ୍ନର ଉତ୍ତର

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ଜାନୁୟାରୀ ୨୨ରେ ହେବ ପ୍ରାଣ ପ୍ରତିଷ୍ଠା । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଦେଶ ଦୁନିଆର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଜନତାଙ୍କ ଲାଗି ରାମ ମନ୍ଦିର ଖୋଲି ଦିଆଯିବ । ତେବେ ରାମ ମନ୍ଦିରରେ ସାଧାରଣ ଜନତା କେବେ ଠାରୁ ଦର୍ଶନ କରିପାରିବେ? କୌଣସି ଶୁଳ୍କ ଭରିବାକୁ ପଡିବ କି ? ନିମ୍ନରେ ରହିଛି ଏହିସବୁ ପ୍ରଶ୍ନର ଉତ୍ତର ।
କେବେଠାରୁ ଆରମ୍ଭ ସାଧାରଣ ଜନତାଙ୍କ ଦର୍ଶନ?
୨୨ ଜାନୁୟାରୀରେ ପ୍ରାଣ ପ୍ରତିଷ୍ଠା ପରେ ଆଗାମୀ ଦିନ ଅର୍ଥାତ୍ ୨୩ ଜାନୁୟାରୀରୁ ସାଧାରଣ ଜନତା ରାମଲଲାଙ୍କ ଦର୍ଶନ କରିପାରିବେ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ ୨୨ ଜାନୁୟାରୀରେ ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ନାହିଁ । ଆଗାମୀ ଦିନରେ ସମସ୍ତଙ୍କ ପାଇଁ ରାମଲଲାଙ୍କ ଦ୍ୱାର ଖୋଲିଯିବ ।
କେଉଁ ସମୟରେ ଖୋଲା ରହିବ ମନ୍ଦିର?
ସକାଳ ୭ଟା ସମୟରୁ ଦିନ ୧୧ଟା ୩୦ମିନିଟ୍ ପର୍ଯ୍ୟନ୍ତ ଓ ଏହାପରେ ପୁନର୍ବାର ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ଲାଗି ରାମ ମନ୍ଦିର ଖୋଲା ରହିବ । ଦ୍ୱିପ୍ରହରରେ ଭୋଗ ଓ ବିଶ୍ରାମ ଲାଗି ପ୍ରାୟ ଅଢେଇ ଘଣ୍ଟା ମନ୍ଦିର ବନ୍ଦ ରହିବ ।
ଦର୍ଶନ ଲାଗି କୌଣସି ଫି’ ଦେବାକୁ ପଡିବ କି?
ଋାମ ମନ୍ଦିରରେ ଦର୍ଶନ ସଂପୂର୍ଣ୍ଣ ଭାବରେ ଦେୟମୁକ୍ତ ଅର୍ଥାତ୍ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ଦିନରେ ୩ ଥର ରାମଲଲାଙ୍କ ଆରତୀ ହେବ । ଏଥିପାଇଁ ଆପଣଙ୍କୁ ଶ୍ରୀରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଠାରୁ ପାସ୍ ନେବା ଜରୁରୀ । ଟ୍ରଷ୍ଟ ଅନୁଯାୟୀ ଥରକରେ କେବଳ ୩୦ ଶ୍ରଦ୍ଧାଳୁ ଆରତୀରେ ସାମିଲ ହୋଇପାରିବେ ।

Get real time updates directly on you device, subscribe now.