fbpx

ଭୁବନେଶ୍ୱରର କେଉଁ ଅଞ୍ଚଳରେ କେତେ ଅପରାଧୀ? ନିର୍ବାଚନ ପୂର୍ବରୁ ପୋଲିସ ହାତରେ ହାର୍ଡକୋର କ୍ରିମିନାଲ ଲିଷ୍ଟ

ଭୁବନେଶ୍ୱର: ଚଳିତବର୍ଷ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜ ଅଙ୍କକଷା ଆରମ୍ଭ କରିବା ସହ ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । କେବଳ ରାଜନୈତିକ ଦଳ ନୁହେଁ, ପୋଲିସ ଡିପାର୍ଟମେଣ୍ଟ ମଧ୍ୟ ନିର୍ବାଚନ ପୂର୍ବରୁ ସଜାଗ ହୋଇସାରିଛି । ରାଜଦାନୀର ଶାନ୍ତି ଅତୁଟ ରଖିବା ପାଇଁ ମାଷ୍ଟରପ୍ଲାନ କରିସାରିଛି ଓଡ଼ିଶା ପୋଲିସ । ତେଣୁ ନିର୍ବାଚନ ପୂର୍ବରୁ ରାଜଧାନୀର ହାର୍ଡକୋର ଅପରାଧୀଙ୍କ ଲିଷ୍ଟ କରି ସେମାନଙ୍କ ବିରୋଧରେ ଆରମ୍ଭ ହୋଇଯାଇଛି ଅପରେସନ୍ । ନିର୍ବାଚନ ପୂର୍ବରୁ ସମସ୍ତଙ୍କୁ ଗିରଫ କରି ହାଜତ ଭିତରେ ଭର୍ତ୍ତି କରିବା ସହ ନିର୍ବାଚନ ସୁରୁଖୁରୁରେ ଶେଷ କରିବା ପାଇଁ ପୋଲିସ ବିଭାଗ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛି ।

ରାଜଧାନୀ ଭୁବନେଶ୍ୱରରେ ଥିବା ହାର୍ଡକୋର କ୍ରିମିନାଲମାନଙ୍କର ଏକ ତାଲିକା ଡିସିପି ପ୍ରତୀକ ସିଂହଙ୍କୁ ହ୍ତାନ୍ତର କରାଯାଇଛି । ୧୫ ଦିନ ପୂର୍ବରୁ ଡିସିପି ଏହି ତାଲିକା ଭୁବନେଶ୍ୱରର ସମସ୍ତ ଥାନା ଅଧିକାରୀଙ୍କୁ ମାଗିଥିଲେ । ବର୍ତ୍ତମାନ ତାଲିକା ପାଇବା ପରେ ପୋଲିସ ସେମାନଙ୍କୁ ଝାରପଡ଼ା ଜେଲ ପଠାଇବା ପାଇଁ ବନ୍ଦୋବସ୍ତ ଆରମ୍ଭ କରିବାକୁ ଯାଉଛି । ୧୩ରୁ ଅଧିକ ମାମଲାରେ ସମ୍ପୃକ୍ତ ଥିବା ଅପରାଧୀ ମାନଙ୍କୁ ହାର୍ଡକୋର ତାଲିକାରେ ସାମିଲ କରିଛନ୍ତି ଡିସିପି ପ୍ରତୀକ ସିଂହ । ତେବେ ଏହି ତାଲିକାରେ ୨୨୦ରୁ ଅଧିକ ଅପରାଧୀ ରାଜଧାନୀରେ ଉପବାତ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦ ଜଣ ଜେଲରେ ରହିଛନ୍ତି ଏବଂ ଏବେ ୧୪୦ ଜଣ କୋଲାରେ ବୁଲୁଛନ୍ତି ।

ତେବେ ନୂଆପଲ୍ଲୀରେ ସର୍ବାଧିକ ୨୫ ଜଣ ହାର୍ହକୋର କ୍ରିମିନାଲଙ୍କ ନାମ ରେକର୍ଡରେ ସାମିଲ ରହିଛି । ସେହିପରି ଖଣ୍ଡଗିରିରୁ ୨୦, ପାହାଳରୁ ୮, ବାଲିପାଟଣାରୁ ୧୮ ଏବଂ ବାଲିଅନ୍ତା ଅଞ୍ଚଳରେ ୭ ଜଣ ହାର୍ଡକୋର କ୍ରିମିନାଲଙ୍କୁ ତାଲିକାରେ ସାମିଲ କରିଛନ୍ତି ଥାନା ଅଧିକାରୀ । ଏହପାରେ ଇନଫୋସିସି ଅଞ୍ଚଳରେ ୪ ଜଣ ଅପରାଧୀ ତାଲିକାରେ ଥିବା ବେଳେ ତମାଣ୍ଡୋରୁ ୧୨, ସହିଦନଗରରେ ୧୭ ଏବଂ ମଞ୍ଚେଶ୍ୱରରେ ୧୩ ଜଣ ହାର୍ଡକୋର କ୍ରିମିନାଲ ରହିଛନ୍ତି । ଲକ୍ଷ୍ବୀସାଗର ଥାନା ଅଞ୍ଚଳରେ ୧୫ ଜଣ ହାର୍ଡକୋର କ୍ରିମିନାଲଙ୍କ ଭୟ ଘାରିଥିବା ବେଳେ ବଡ଼ଗଡ଼ରୁ ୮, କ୍ୟାପିଟାଲରେ ୧୫, ଏୟାରପୋର୍ଟ ତାନା ଅଞ୍ଚଳରୁ ୫, ଏୟାରଫିଲ୍ଡରେ ୧୧ ଜଣ କ୍ରିମିନାଲଙ୍କ ଲିଷ୍ଟ ପାଇଛନ୍ତି ଡିସିପି ପ୍ରତୀକ ସିଂହ । ଧଉଳି ଅଞ୍ଚଳରେ ୧୦ ଜଣଙ୍କ ନାମ ଏହି ତାଲିକାରେ ସାମିଲ ରହିଛି, ସେହିପରି ଚନ୍ଦ୍ରଶେଖରପୁରରୁ ୯ ଜଣ, ଇନଫୋସିଟିରୁ ୮ ଜଣ, ନନ୍ଦନକାନନରୁ ୫ ଜଣ ଏବଂ ଭରତପୁର ଥାନା ଅଞ୍ଚଳରୁ ୧୦ ଜଣ ହାର୍ଡକୋର କ୍ରିମିନାଲ ଡିସିପିଙ୍କ ଟାର୍ଗେଟରେ ରହିଛନ୍ତି ।

ଏହି ହାର୍ଡକୋର ଅପରାଧୀଙ୍କୁ ଜେଲର ଚାରି କାନ୍ଥରେ ବନ୍ଦୀ କରି ରଖିବା ପାଇଁ ସେମାନଙ୍କ ବିରୋଧରେ ସିଆରପିସି ଧାରା ୧୧୦ ଏବଂ ୧୦୭ ଲାଗୁ କରିବ ପୋଲିସ । ଏହି ମାମଲାରେ ଜଣେ ଅଭିଯୁକ୍ତକୁ ୬-୮ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ଜାରି ହୋଇଥାଏ । ଏହା ଭିତରେ ସାଧାରଣ ନିର୍ବାଚନ ମଧ୍ୟ ଶାନ୍ତିରେ ଶେଷ ହୋଇପାରିବ । ଫଳରେ ନିର୍ବାଚନରେ ବୋମାମାଡ଼, ଗୁଳିମାଡ଼ ଇତ୍ୟାଦି ଭଳି କୌଣସି ଅପରାଧିକ କାର୍ଯ୍ୟକଳାପ ମୁକ୍ତ ହୋଇପାରିବ । ତେବେ ଡିସିପି ପ୍ରତୀକ ସିଂହ ଏହି ତାଲିକା ପାଇବା ପରେ ହାର୍ଡକୋର କ୍ରିମିନାଲଙ୍କ ବିରୋଧରେ ଅପରେସନ୍ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.