fbpx

T-20 ବିଶ୍ୱକପ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସି ଖବର: ନୂଆ ଅତିଥିଙ୍କ ସହ ହେବ ଭେଟ

ନୂଆଦିଲ୍ଲୀ: ବର୍ତ୍ତମାନ ଆଇପିଏଲ ନୂଆ ରୋମାଞ୍ଚରେ ପହଞ୍ଚିଥିବା ବେଳେ ଆଗକୁ ଟି-୨୦ ବିଶ୍ୱକପ ରହିଛି । ତେବେ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଖୁସି ଖବର ମିଳିଛି । ତେବେ ଏହା ବିଶ୍ୱକପରେ ତାଙ୍କୁ ସୁଯୋଗ ମିଳିବା ଖୁସି ନୁହେଁ, ଜଣେ ନୂଆ ଅତିଥି ହାର୍ଦ୍ଦିକଙ୍କୁ ଅପେକ୍ଷା କରି ରହିଛନ୍ତି । ଏଥର ହାର୍ଦ୍ଦିକଙ୍କୁ ଏକ ନୂଆ ଦାୟିତ୍ୱ ମିଳିବା ସହିତ ବଡ଼ ଉପାଧି ମଧ୍ୟ ପାଇଛନ୍ତି ଷ୍ଟାର ଅଲରାଉଣ୍ଡର । ତାଙ୍କ ପରିବାରରେ ଜଣେ ଶିଶୁ ପାଣ୍ଡ୍ୟା ଜନ୍ମ ନେଇଛନ୍ତି ।

ଟିମ ଇଣ୍ଡିଆର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଦାଦା ବନିଛନ୍ତି । ବଡ଼ ଭାଇ ତଥା ଲକ୍ଷେ୍ନø ସୁପର ଜିଆଣ୍ଟସର ପୂର୍ବତନ ଉପ-ଅଧିନାୟକ କ୍ରୁନାଲ ପାଣ୍ଡ୍ୟା ଏବଂ ପତ୍ନୀ ପଙ୍ଖୁଡ଼ିଙ୍କ କୋଳରେ ଏକ ଶିଶୁସନ୍ତାନ ଜନ୍ମଗ୍ରହଣ କରିଛି । ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି କ୍ରୁଣାଲ ପାଣ୍ଡ୍ୟା । ଏହାସହିତ ଶିଶୁପୁତ୍ରଙ୍କ ନାମର ଖୁଲାସା ମଧ୍ୟ କରିଛନ୍ତି କ୍ରୁଣାଲ । ଦ୍ୱିତୀୟ ଥର ପିତା ହେବା ଖୁସିରେ କ୍ରୁଣାଲଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । କ୍ରୁଣାଲ ପାଣ୍ଡ୍ୟା ଏ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୁଅ ସହିତ କିଛି ଫଟୋ ସେୟାର କରିଛନ୍ତି । ଏଥିରେ ସେ ଶିଶୁପୁତ୍ରଙ୍କ ନାମକୁ ନେଇ ମଧ୍ୟ ଖୁଲାସା କରିଛନ୍ତି । ସାନପୁଅଙ୍କ ନାଁ ‘ବାୟୁ’ ବୋଲି କହିଛନ୍ତି ଷ୍ଟାର କ୍ରିକେଟର କ୍ରୁଣାଲ ପାଣ୍ଡ୍ୟା । ଏହି ଫଟୋ ସେୟାର କରି କ୍ରୁଣାଲ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘ବାୟୁ କ୍ରୁଣାଲ ପାଣ୍ଡ୍ୟା ୨୧.୦୪.୨୪’ । ତେବେ କ୍ରୁଣାଲ ଏପ୍ରିଲ ୨୧ ତାରିଖରେ ଦ୍ୱିତୀୟ ଥର ପିତା ହୋଇଥିବା ବେଳେ କିଛି ଦିନ ପରେ ଏହାର ସୂଚନା ଦେଇଛନ୍ତି ।

ତେବେ ବାୟୁଙ୍କ ଜନ୍ମରେ କ୍ରୁଣାଲଙ୍କୁ କ୍ରିକେଟର ଜଗତର ବଡ଼ ବଡ଼ ଷ୍ଟାରଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟିଛି । ଦ୍ୱିତୀୟ ଥର ପିତା ହେବା ଖୁସିରେ କ୍ରୁଣାଲଙ୍କୁ ଶିଖର ଧୱନ, ଦୀନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ ଏବଂ ଶ୍ରେୟସ ଗୋପାଲ ଶୁଭେଚ୍ଛା ଜଣାଇଛନ୍ତି । କ୍ରୁଣାଲଙ୍କ ଆଇପିଏଲ ଟିମ୍ ଲକ୍ଷେ୍ନø ସୁପର ଜିଆଣ୍ଟସ ତାଙ୍କୁ ଶୁଭେଚ୍ଛା ଦେଇଥିବା ବେଳେ ପୂର୍ବତନ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ବଧେଇ ଜଣାଇଛି ।

Get real time updates directly on you device, subscribe now.