fbpx

ଟ୍ରେନରେ ଯାତ୍ରା କରୁଥିବା ସମୟରେ ଚୋରି ହୋଇଯାଇଛି କି ଜିନିଷ ? ଚିନ୍ତା କରନ୍ତୁ ନାହିଁ କ୍ଷତିପୂରଣ ଦେବ ରେଳବାଇ

ନୂଆଦିଲ୍ଲୀ: ଅଧିକାଂଶ ଲୋକମାନେ ଟ୍ରେନରେ ଯାତାୟାତ କରିଥାନ୍ତି । ଭାରତୀୟ ରେଳବାଇ ଅଧିକାଂଶ ଯାତ୍ରୀଙ୍କୁ ବିଭିନ୍ନ ସୁବିଧା ଯୋଗାଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଟ୍ରେନରେ ଜିନିଷ ଚୋରି ହେଲେ ଏହା ପାଇଁ ଦାୟି କିଏ ରହିବ । ଆପଣ ନାଁ ରେଳବାଇ ? ଏନେଇ ଆସନ୍ତୁ ଜାଣିବା କ’ଣ କହୁଛନ୍ତି ଉପଭୋକ୍ତା ଅଦାଲତ ?

ଟ୍ରେନର ସଂରକ୍ଷିତ କୋଚରେ ଯାତ୍ରା କରୁଥିବା ସମୟରେ ଆପଣଙ୍କ ଜିନିଷ ଚୋରି କିମ୍ବା ଆର୍ଥିକ କ୍ଷତି ହୋଇଥିଲେ ରେଳବାଇ ଦାୟି ହୋଇନଥାଏ । କିନ୍ତୁ ଉପଭୋକ୍ତା ଅଦାଲତ ଯାତ୍ରୀଙ୍କ ପକ୍ଷରେ ଏପରି କିଛି ନିଷ୍ପତ୍ତି ନେଇଛନ୍ତି ଯାହା ଯାତ୍ରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥାଏ । ଉପଭୋକ୍ତା ଅଦାଲତଙ୍କ କହିବାନୁଯାୟୀ ବ୍ୟକ୍ତି ଜଣଙ୍କ ସଂରକ୍ଷିତ କୋଚରେ ଯାତ୍ରା କରୁଥିବା ସମୟରେ ଦୁର୍ଭାଗ୍ୟବଶତଃ ଜିନିଷ ଚୋରି ହେଲେ ଏଥିପାଇଁ ରେଳବାଇ ଦାୟି ହୋଇଥାଏ । ଗତ ବର୍ଷ ଚଣ୍ଡିଗଡ଼ର ଜଣେ ବ୍ୟକ୍ତିଙ୍କ ରେଳଯାତ୍ରା କରୁଥିବା ସମୟରେ ଜିନିଷ ଚୋରି ହୋଇଯାଇଥିଲା । ଏଭଳି ସ୍ଥିତିରେ ଉପଭୋକ୍ତା ଅଦାଲତ ବ୍ୟକ୍ତିଙ୍କ ସପକ୍ଷରେ ରାୟ ଶୁଣାଇ ରେଳବାଇକୁ କ୍ଷତିପୂରଣ ଦେବା ପାଇଁ ଆଦେଶ ଦେଇଥିଲେ । ବ୍ୟକ୍ତିଙ୍କ ଚୋରି ହୋଇଥିବା ଟଙ୍କା ଫେରସ୍ତ ସହ ୫୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ନିଷ୍ପତ୍ତି ଶୁଣାଇଥିଲେ । ଏହା ସହ ଉପଭୋକ୍ତା ଅଦାଲତଙ୍କ କହିବାନୁଯାୟୀ ସଂରକ୍ଷିତ କୋଚରେ ଅନାଧିକୃତ ଲୋକଙ୍କ ପ୍ରବେଶ ପାଇଁ ଟିଟିଇ ଏବଂ କୋଚର ଆଟେଣ୍ଡାଣ୍ଟ ଦାୟି ହୋଇଥାଏ । ଯଦି ସେମାନଙ୍କ ଅବହେଳା ଯୋଗୁଁ ଯାତ୍ରୀର କ୍ଷତି ହୋଇଥାଏ ତେବେ ଏଥିପାଇଁ ରେଳବାଇ ଦାୟି ହେବ ବୋଲି କହିଛନ୍ତି ଅଦାଲତ ।

ଭାରତୀୟ ରେଳବାଇ ନିୟମ ଅନୁଯାୟୀ ଟ୍ରେନରେ ଜିନିଷ ଚୋରି ହୋଇଥିଲେ ପ୍ରଥମେ ଯାତ୍ରୀ ଜଣଙ୍କୁ ଜିଆରପିରେ ଅଭିଯୋଗ କରିବା ଉଚିତ । ଏହା ପରେ ଭାରତୀୟ ରେଳବାଇ ଚୋରି ହୋଇଥିବା ଜିନିଷର ମୂଲ୍ୟ ଗଣନା କରି ଯାତ୍ରୀଙ୍କୁ କ୍ଷତିପୂରଣ ପ୍ରଦାନ କରିଥାଏ ।

Get real time updates directly on you device, subscribe now.