fbpx

କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକା ନେବାର ଦୁଇରୁ ତିନି ମାସ ପରେ ହ୍ରାସ ପାଉଛି ଆଣ୍ଟିବଡି, ICMR ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କୋଭିଡ୍-୧୯କୁ ହ୍ରାସ କରିବା ନେଇ ଭ୍ୟାକ୍ସିନେସନ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ୭୫ କୋଟି ଡୋଜ୍ ଲାଗିସାରିଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଯୁବପୀଢ଼ିଙ୍କ ଟିକାକରଣ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ସମୟରେ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାକୁ ନେଇ କରାଯାଇଥିବା ରିସର୍ଚ୍ଚରୁ ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଆସିଛି । ଜଣେ ବ୍ୟକ୍ତି ଟିକା ନେବାର ଦୁଇରୁ ତିନି ମାସ ପରେ ଆଣ୍ଟିବଡି ହ୍ରାସ ପାଉଛି । ଆଇସିଏମଆର-ଆଞ୍ଚଳିକ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର (ଭୁବନେଶ୍ୱର) ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଏହି ତଥ୍ୟ ପଦାକୁ ଆସିଛି ।

ଜଣେ ଡାକ୍ତରଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, କୋଭିସିଲ୍ଡ ଓ କୋଭାକ୍ସିନ ନେଇଥିବା ମୋଟ ୬୧୪ ଜଣଙ୍କୁ ଏହି ଅଧ୍ୟୟନରେ ସାମିଲ କରାଯାଇଥିଲା । ଏହାପରେ ଉକ୍ତ ଲୋକଙ୍କ ମଧ୍ୟରେ ଆଣ୍ଟିବଡି କିପରି ରହୁଛି ତାହା ୬ ମାସ ପର୍ଯ୍ୟନ୍ତ ଲକ୍ଷ୍ୟ ରଖାଯାଇଥିଲା, ଯାହାକି ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଜାରି ରହିବ । ଯେଉଁମାନେ କୋଭାକ୍ସିନର ଦୁଇଟିଯାକ ଡୋଜ ନେଇସାରିଥିଲେ, ସେମାନଙ୍କ ଠାରେ ଦୁଇ ମାସ ପରେ ଆଣ୍ଟିବଡି କମିବାର ଦେଖାଯାଇଥିଲା । ସେହିପରି କୋଭିସିଲ୍ଡର ଦୁଇଟିଯାକ ଟିକା ନେଇଥିବା ଲୋକଙ୍କଠାରେ ତିନିମାସ ମଧ୍ୟରେ ଆଣ୍ଟିବଡି କମିବାରେ ଲାଗିଥିଲା । ସାର୍ସ-କୋଭ-୨ (କରୋନା ଭାଇରାସ) ବିପକ୍ଷରେ ଲଗାଯାଇଥିବା ଟିକାର ଆଣ୍ଟିବଡି ଉପରେ ତଥ୍ୟ ହାସଲ କରିବା ଏହି ଅଧ୍ୟୟନର ମୁଖ୍ୟ ଲକ୍ଷ୍ୟ ରହିଛି । ଆଇସିଏମଆର ଓ ଆରଏମଆରସି ଦ୍ୱାରା କରାଯାଇଥିବା ଏହି ଷ୍ଟଡି ଗତ ମାର୍ଚ୍ଚ ମାସରୁ ଆରମ୍ଭ କରାଯାଇଥିଲା । ଏହି ଷ୍ଟଡିରେ ଆରଏମଆରସି ଭୁବନେଶ୍ୱର, ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ୍ ସାଇନ୍ସେସ, କିମ୍ସ ଭୁବନେଶ୍ୱର, ଏମକେସିଜି ବ୍ରହ୍ମପୁରର ୨୪ ଜଣ ଗବେଷକ ସାମିଲ୍ ହୋଇଥିଲେ ।

Get real time updates directly on you device, subscribe now.