fbpx

‘ଝିଅ ପଟୁନାହାନ୍ତି, ପ୍ଲିଜ୍ ମୋତେ ପ୍ରେମିକା ଦିଅ’- ବିଧାୟକଙ୍କୁ ଚିଠି ଲେଖି ଦାବି କଲେ ଯୁବକ, ମିଳିଲା ଏପରି ଉତ୍ତର

ଚନ୍ଦ୍ରପୁର: ସାଧାରଣତଃ ଲୋକମାନେ ନିଜର ସମସ୍ୟ ବା ଅଞ୍ଚଳର ସମସ୍ୟା ନେଇ ବିଧାୟକଙ୍କ ପିଖକୁ ଯାଆନ୍ତି । କିନ୍ତୁ ଜଣେ ଯୁବକଙ୍କ ଅଜବ ସମସ୍ୟାକୁ ନେଇ ବିଧାୟକ ବି ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଜଣେ ଯୁବକ ନିଜ ପାଇଁ ପ୍ରେମିକାଟିଏ ଦେବାକୁ ବିଧାୟକଙ୍କୁ ଚିଠି ଲେଖି ଜଣାଇଛି ।

ଏହି ଅଜବ ମାମଲା ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଆସିଛି । ଏଠାରେ ବିଧାୟମ ସୁଭାଷ ଧୋଟେଙ୍କୁ ତାଙ୍କ ବିଧାନସଭା ଅଞ୍ଚଳରୁ ଜଣେ ଯୁବକ ଚିଠି ଲେଖିଛି, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କଂଗ୍ରେସ ବିଧାୟକ ସୁଭାଷ ଧୋଟେଙ୍କୁ ଚିଠି ଲେଖିଥିବା ଯୁବକଙ୍କ ନାଁ ଭୂଷଣ ଜାମୁବନ୍ତ । ସେ ପ୍ରେମିକା ପାଇଁ ବିଧାୟକଙ୍କୁ ଚିଠି ଲେଖି ଦାବି କରିଛି ।

ଚିଠିରେ ଯୁବକ ଜଣକ ଲେଖିଛି ଯେ, ସମଗ୍ର ଅଞ୍ଚଳରେ ଝିଅ ବହୁତ ଅଛନ୍ତି । କିନ୍ତୁ ମୋର କେହି ବି ପ୍ରେମିକା ନାହାନ୍ତି, ଯାହାକି ଚିନ୍ତାର ବିଷୟ । ମୋର ଆତ୍ମବିଶ୍ୱାସ ବି ଭାଙ୍ଗି ଯାଇଛି । ମୁଁ ଗ୍ରାମାଞ୍ଚଳର ରାଜୁରାରୁ ଗଡଚାନ୍ଦୁର ଯିବା ଆସିବା କରୁଛି, ହେଲେ ବି ମୋ ଦ୍ୱାରା କେହି ଜିଅ ପଟୁନାହାନ୍ତି । ମଦ ବିକ୍ରି କରୁଥିବା ଲୋକ ବା ଖରାପ ଦେଖାଯାଉଥିବା ଲୋକଙ୍କର ବି ପ୍ରେମିକାଙ୍କୁ ଦେଖି ମୋ ହୃଦୟ ଜଳିଯାଏ । ଆପଣଙ୍କୁ ଅନୁରୋଧ କି, ଆମ ବିଧାନସଭା ପିର୍ବାଚନ ମଣ୍ଡଳୀର ଝିଅମାନଙ୍କୁ ପ୍ରୋତ୍ସାହିତ କରାଯିବା ଉଚିତ୍, ଯାହାଫଳରେ ସେମାନେ ଆମ ଭଳି ଯୁବକଙ୍କୁ ଟିକେ ଲାଇନ୍ ଦେବେ ।’

ଅବଶ୍ୟ ବିଧାୟକଙ୍କୁ ଯୁବକର ଚିଠି ବର୍ତ୍ତମାନ ସୁଦ୍ଧା ମିଳିନାହିଁ, ହେଲେ ବି ହ୍ୱାଟ୍ସଆପରେ ସେ ଏହାକୁ ଦେଖିସାରିଛନ୍ତି । ବିଧାୟକ କହିଛନ୍ତି ଯେ, ‘ଭୂଷଣ ଜାମୁବନ୍ଦ କିଏ? କେଉଁଟି ରହୁଛି ଜଣାନାହିଁ । କାର୍ଯ୍ୟକର୍ତ୍ତାଙ୍କୁ ଏହି ଯୁବକୁ ଖୋଜିବାରେ ଲଗାଯାଇଛି । ଯୁବକ ମିଳିବା ପରେ ତାହାର ସାହାଯ୍ୟ ପାଇଁ ପ୍ରୟାସ କରାଯିବ ।’

Get real time updates directly on you device, subscribe now.