fbpx

ନୂଆବର୍ଷରେ ଭାଗ୍ୟଶାଳୀହେବେ ଏହି ୪ ରାଶିର ବ୍ୟକ୍ତି; ମିଳିବ ମା ଲକ୍ଷ୍ମୀଙ୍କ କୃପା, ହେବ ଧନବର୍ଷା

ଆଉ କିଛି ଘଣ୍ଟା ପରେ ଚଳିତ ବର୍ଷ ସରି ନୂତନ ବର୍ଷ ଆରମ୍ଭ ହେବାକୁ ଯାଉଛି । ରାତି ଯାହାକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଏବଂ ଖୁସି ଦେଖିବାକୁ ମିଳିଛି । ଏହି ନୂତନ ବର୍ଷ ସେମାନଙ୍କ ପାଇଁ କିପରି ରହିବ ସେ ବିଷୟରେ ଜାଣିବାକୁ ମଧ୍ୟ ଅନେକ ଲୋକେ ଇଚ୍ଛା ପ୍ରକାଶ କରନ୍ତି । ଯାହାକି ଜ୍ୟେତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ରର ସ୍ୱତନ୍ତ୍ର ମହତ୍ୱ ଏବଂ ଗୁରୁତ୍ୱ ରହିଛି । ଏହି ଶାସ୍ତ୍ର ସାହାଯ୍ୟରେ ଜ୍ୟୋତିଷ ବିଶାରଦମାନେ ଗ୍ରହ ନକ୍ଷତ୍ରଙ୍କ ଗଣନା ଠାରୁ ଆରମ୍ଭ କରି ଜଣେ ବ୍ୟକ୍ତିର ଭାଗ୍ୟ ଭବିଷ୍ୟରେ ମଧ୍ୟ ଅନେକ କିଛି କହିଥାନ୍ତି । ତେବେ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ରଙ୍କ ଗତିବିଧି ହେତୁ ନୂତନ ବର୍ଷ ପ୍ରଥମ ମାସରେ କିଛି ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି ହେବ ତ ଆଉ କିଛି ରାଶିର ବ୍ୟକ୍ତିମାନଙ୍କୁ ଧନ ପ୍ରପ୍ତିର ଯୋଗ ହେବ । ତେବେ ଖାସ କରି ନୂତନ ବର୍ଷର ପ୍ରଥମ ମାସରେ ୪ଟି ରାଶିର ବ୍ୟକ୍ତିମାନେ ସେନାନଙ୍କ ଜୀବନରେ ସଫଳତା ପାଇବା ସହ ମା ଲକ୍ଷମ୍ୀଙ୍କ କୃପା ରହିବ । ବର୍ତ୍ତମାନ ଆସନ୍ତୁ ସେହି ରାଶିମାନଙ୍କ ବିଷୟରେ…

ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନୂତନ ବର୍ଷର ପ୍ରଥମ ମାସ ମେଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ କ୍ୟାରିଅରରେ ଅନେକ ସଫଳତା ପାଇବା ସହ ଧନ ପ୍ରାପ୍ତିର ଯୋଗ ରହୁଛି । ନୂତନ ବର୍ଷର ପ୍ରଥମ ମାସରେ ଅର୍ଥାତ୍ ଜାନୁଆରୀ ୧୭ ତାରିଖରେ ଶନି ତାଙ୍କ ରାଶି ପରିବର୍ତ୍ତନ କରି ମକର ରାଶିରରେ ପ୍ରବେଶ କରିବେ । ଫଳରେ ଏହା ମେଷ ରାଶିର ବ୍ୟକ୍ତିମାନଙ୍କୁ ଶୁଭ ଫଳ ପ୍ରଦାନ କରିବ ।

ମକର: ଶାସ୍ତ୍ର ଅନୁସାରେ ଶନି ନୂତନ ବର୍ଷର ଆରମ୍ଭରେ ତାଙ୍କ ଗତି ପରିବର୍ତ୍ତନ କରି ମକର ରାଶିରେ ପ୍ରବେଶ କରିବେ । ଫଳରେ ଏହା ମକର ରାଶି ପାଇଁ ଅତ୍ୟନ୍ତ ଶୁଭ ଦାୟକ ହେବ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନେ ପ୍ରତ୍ୟେକ କାର୍ଯରେ ସଫଳତା ପାଇବେ । ଏଥିସହିତ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ରହିବ । ଯେଉଁ କାରଣରୁ ଧନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି ।

ଧନୁ: ୨୦୨୩ ମସିହାରେ ଚାକିରୀ-ବ୍ୟବସାୟ କରୁଥିବା ଲୋକମାନେ ଅନେକ ଭଲ ଖବର ପାଇପାରିବେ । ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସହିତ କର୍ମକ୍ଷେତ୍ରରେ ତାଙ୍କର ଦାୟୀତ୍ୱ ବଢିପାରେ । ମାଲିକ ଆପଣଙ୍କ ଉପରେ ଖୁସି ହେବେ ଏବଂ ଆପଣଙ୍କର ପଦୋନ୍ନତିର ସମ୍ଭାବନା ବୃଦ୍ଧି ହେବ । ନୂତନ ବର୍ଷରେ, ଆପଣ ଶନିଙ୍କ ସାଡେ ସାତିରୁ ମୁକ୍ତି ପାଇବେ ଏବଂ ଆପଣ ନିଜ ପରିବାର ସହିତ ବାହାରକୁ ଯାଇପାରିବେ ।

ବିଚ୍ଛା: ଜାନୁଆରୀ ୨୦୨୩ ରେ,ବିଚ୍ଛା ରାଶିର ବ୍ୟକ୍ତିମାନଙ୍କ ଧନ ପ୍ରାପ୍ତିର ଯୋଗ ରହିଛି । ସେମାନେ ହଠାତ୍ କୌଣସି ସ୍ଥାନରୁ ଟଙ୍କା ପାଇପାରିବେ । ଏତତ୍ ବ୍ୟତୀତ ଚାକିରି-ବ୍ୟବସାୟରେ ଚାଲିଥିବା ସମସ୍ୟାରୁ ଆପଣ ମୁକ୍ତି ପାଇବେ ଏବଂ ଆପଣଙ୍କ ଘରେ କିଛି ଶୁଭ କାମ ହୋଇପାରେ । ତେବେ ଏହି ରାଶିର ବ୍ୟକ୍ତିମାନଙ୍କର ଭାଇଭଉଣୀଙ୍କ ସହ ସମ୍ପର୍କ ମଧୁର ହେବ । ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ ।

Get real time updates directly on you device, subscribe now.