fbpx
BSKY
BJD MC SKY
BJD YOUTH SKY

ବର୍ଷାଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଲେ ଅନୁଭବ, କହିଲେ ସବୁଦିନ ପାଇଁ ଭଲ ବନ୍ଧୁ ହୋଇ ରହିବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷାଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଦେଲେ ଅନୁଭବ । ଶୁଭେଚ୍ଛା ଦେବା ସହ ଅନୁଭବ କହିଛନ୍ତି ‘ହୁଏତ ଆମେ ଭଲ ପତି ପତ୍ନୀ ହୋଇପାରିଲେନି, କିନ୍ତୁ ଆମେ ସବୁବେଳ ପାଇଁ ଭଲ ବନ୍ଧୁ ହୋଇ ରହିଥିବା’ । ମୁଁ ମୋ ପରିବାର, ଫ୍ୟାନ ଏବଂ ଶୁଭେଚ୍ଛୁଙ୍କ ତରଫରୁ ତୁମକୁ ଜନ୍ମଦିନର ଶୁଭକାମନା ଜଣାଉଛି । ମହାପ୍ରଭୁ ଜଗନ୍ନାଥ ତୁମକୁ ଆଶୀର୍ବାଦ କରନ୍ତୁ ଭଲରେ ରୁହ ଖୁସିରେ ରୁହ ।

ଉଲ୍ଲେଖଯୋଗ୍ୟ, ସମ୍ପ୍ରତି ପାରିବାରିକ କଳହ ପାଇଁ ଦୁହିଁଙ୍କ ମାମଲା କୋର୍ଟରେ ବିଚାରାଧୀନ ରହିଛି । ଏହାକୁ ନେଇ ରାଜ୍ୟରେ ଅନେକ ଚର୍ଚ୍ଚା ହେଉଥିବାବେଳେ କୋର୍ଟ ତାରିଖରେ ଉପସ୍ଥିତ ହେଉନଥିବା ପରସ୍ପର ଦୋଷ ଲଦୁଥିଲେ । ଏହାରି ମଧ୍ୟରେ ବର୍ଷାଙ୍କ ଜନ୍ମଦିନ ଅବସରରେ ଅନୁଭବଙ୍କ ଶୁଭେଚ୍ଛା ଜ୍ଞାପନ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଯାଉଛି । ତେବେ ଏନେଇ ବର୍ଷାଙ୍କ ପ୍ରତିକ୍ରିୟା ମିଳିପାରିନି ।

 

Get real time updates directly on you device, subscribe now.