fbpx

ଅନୁଭବ-ବର୍ଷା ବିବାଦ , ଟ୍ୱିଟରରେ ଅନୁଭବ ଏକ ଭିଡ଼ିଓ ଅପଲୋଡ଼ କରି ଫଲୋର୍ସଙ୍କୁ ପଚାରିଲେ କିଛି ଏପରି? ଦେଖନ୍ତୁ ସେହି ଭିଡ଼ିଓ

ଭୁବନେଶ୍ୱର, ୮ା୯(ଓଡ଼ିଶା ଭାସ୍କର): ଓଲିଉଡ଼ର ସଫଳ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାମରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି । ଆଜି ଏହି ମାମଲାର ନୂଆ ଟୁଇଷ୍ଟ ଆଣିଛନ୍ତି ଅନୁଭବ । ସେ ତାଙ୍କ ଟ୍ୱିଟର ପେଜରେ ତାଙ୍କ ଘରର ଗଣେଷ ପୂଜା ଭିଡ଼ିଓ ପୋଷ୍ଟ କରିଛନ୍ତି । ବର୍ଷା କରିଥିବା ଡ଼ୋମେଷ୍ଟିକ ଭାଓଲେନ୍ସ ଅଭିଯୋଗ କୁ ନେଇ ଏହି ଭିଡ଼ିଓ ପୋଷ୍ଟ କରିଛନ୍ତି ଅନୁଭବ । ସେହି ଭିଡ଼ିଓରେ ବର୍ଷା, ଅନୁଭବଙ୍କ ବାପା ଓ ମା ବସିଥିବାର ନଜର ଆସିଛି । ଏହି ଭିଡ଼ିଓ ପୋଷ୍ଟ କରିବା ପରେ ଅନୁଭବ ଫଲୋର୍ସଙ୍କୁ ପ୍ରଶ୍ନ କରି ପଚାରିଛନ୍ତି ଯେ ଏଥିରେ କେହି ଘରୋଇ ହିଂସାର ଶିକାର ହେଲା ଭଳି ଲାଗୁଛନ୍ତି କି ।

Get real time updates directly on you device, subscribe now.