fbpx
BSKY
BJD SHG SKY
BJD YOUTH SKY

ପୁଣି ଥାନାକୁ ଗଲେ ଅନୁଭବ, ଅଜଣା ଅଚିହ୍ନା ଲୋକ ଘରେ ପଶୁଥିବା ନେଇ କଲେ ଅଭିଯୋଗ

କଟକ (ଓଡ଼ିଶା ଭାସ୍କର): ପୁଣି ଥାନାକୁ ଗଲେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲାରେ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଘରେ ଅଜଣା ଲୋକ ପଶୁଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଅନୁଭବ । ସେମାନଙ୍କୁ ସେ ଚିହ୍ନି ନ ଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । କିଛି ଦିନ ପୂର୍ବେ ମଧ୍ୟସ୍ଥ କେନ୍ଦ୍ରକୁ ଅଭିନେତ୍ରୀ ତଥା ପତ୍ନୀ ବର୍ଷା ନଆସିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନୁଭବ । ବାରମ୍ବାର ନୋଟିସ ସତ୍ତେ୍ୱ ବର୍ଷା ଆସୁନଥିବା କହିଥିଲେ ଅନୁଭବ । ଅନୁଭବଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବର୍ଷାଙ୍କ ଓକିଲ ଆର.କେ ରଥ ।

ସେ କହିଛନ୍ତି ଯେ, ଦେହ ଖରାପ ହେତୁ ଆଜି ଆସି ।ରିବେନି ବୋଲି ବର୍ଷା କୋର୍ଟଙ୍କୁ ଜଣାଇଥିଲେ । ବର୍ଷା ନୁହଁନ୍ତି, ଅନୁଭବ ହିଁ ହାଜର ନହୋଇ ପୂର୍ବରୁ ଦିନ ଗଡ଼ାଇ ଆସିଛନ୍ତି । ଅନୁଭବ କୋର୍ଟ ପ୍ରୋସିଜିଓର ମାନୁନାହାନ୍ତି, ମନଇଚ୍ଛା ପଳାଇ ଆସୁଛନ୍ତି ।

Get real time updates directly on you device, subscribe now.