fbpx
BJD SKY
BJD SKY

(Video) ପୁଣି ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ: ICUରେ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝି ଆସିବା ପରେ କଲେ ଟ୍ୱିଟ୍

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ନେଇ ପୁଣି ଆସିଛି ଏକ ଖବର । ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଅନୁଭବ ଦିଲ୍ଲୀରୁ ଓଡ଼ିଶା ଆସିଥିଲେ । ତେବେ ଆଇସିୟୁରେ ବାପାଙ୍କୁ ଦେଖା କରି ଫେରିବା ପରେ ଅନୁଭବ ପୁଣି ଥରେ ତାଙ୍କର ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି । ଏହା ପୂର୍ବରୁ ଗତ ୧୪ ତାରିଖରେ ମାମଲାର ଅନ୍ତ ଘଟାଇବା ପାଇଁ ଅନୁଭବ ଟ୍ୱିଟ କରି ବର୍ଷାଙ୍କୁ ଅନୁରୋଧ କରିଥିଲେ ।

ତେବେ ଗୋଟିଏ ଦିନ ପରେ ପୁଣି ଥରେ ଅନୁଭବଙ୍କ ଟ୍ୱିଟ୍ ସାମ୍ନାକୁ ଆସିଛି । ଆଇସିୟୁରୁ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝି ଆସିବା ପରେ ଅନୁଭବ ବର୍ଷାଙ୍କୁ ଟାର୍ଗେଟ୍ କରିଛନ୍ତି । ଅନୁଭବ ଲେଖିଛନ୍ତି, ମୁଁ ଜଣେ ମଣିଷ ଭାବେ ମହିଳାଙ୍କ ସଶକ୍ତିକରଣ ପାଇଁ ମଜବୁତ ଭାବେ ଛିଡ଼ା ହୋଇଛି । କିନ୍ତୁ କିଛି ମହିଳା ଏହାକୁ ଦୁରୂପଯୋଗ କରୁଛନ୍ତି । ଏପରି ମହିଳାମାନେ ଯଦି ରାଜନୈତିକ ଭାବେ ପୁରୁଷଙ୍କ କ୍ଷତି ସାଧନ କରିବେ, ତେବେ ସେଥିପାଇଁ ଦୁଃଖିତ । ଉଭୟ ପୁରୁଷ ଓ ମହିଳାମାନେ ଆମର ଭୋଟ ବ୍ୟାଙ୍କକୁ ହ୍ରାସ କରିବା ଅନୁଚିତ । ତେବେ ଏହି ଟ୍ୱିଟରେ ଅନୁଭବ ବର୍ଷାଙ୍କ ନାଁ ନେଇନଥିଲେ ହେଁ ତାଙ୍କୁ ଟ୍ୟାଗ୍ କରିଥିଲେ ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଅନୁଭବ ଟ୍ୱିଟ ମାଧ୍ୟମରେ ଅଭିନେତ୍ରୀ ବର୍ଷାଙ୍କୁ ହାତଯୋଡ଼ି ଅନୁରୋଧ କରିଥିଲେ । ତାଙ୍କ ପିତା ବର୍ତ୍ତମାନ ଆଇସିୟୁରେ ରହିଥିବାରୁ ଏଭଳି ସ୍ଥିତିରେ ମାମଲା ସମାପ୍ତ କରିବାକୁ ଅନୁରୋଧ ନିବେଦନ କରିଥିଲେ । ରାଜନେତା ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ବର୍ଷ ବର୍ଷ ଧରି କୋର୍ଟରେ ବିଚାରାଧୀନ ରହିଛି । ଦୁହିଁଙ୍କ ପକ୍ଷରୁ ବିଭିନ୍ନ କୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିବା ବେଳେ ଦୁହେଁ ଧାର୍ଯ୍ୟ ତାରିଖ ଅନୁଯାୟୀ କୋର୍ଟରେ ହାଜର ହେଉଛନ୍ତି । ପୂର୍ବରୁ ଅନୁଭବଙ୍କ ପୈତୃକ ଘର ତାଙ୍କ ଧର୍ମପତ୍ନୀ ବର୍ଷା ଛାଡ଼ିବା ପାଇଁ ଅନୁଭବ ଗତବର୍ଷ କୋର୍ଟରେ ପିଟିସନ ଦାୟର କରିଥିଲେ । ବର୍ଷା ଘର ଛାଡ଼ିବା ପରେ ପ୍ରତି ମାସରେ ଅନୁଭବ ତାଙ୍କୁ ୩୦ ହଜାର ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.