fbpx
BJD SKY
BJD SKY

(Video) ଆଖିରେ ଆଖିଏ ଲୁହ, ଶେଷ ଦର୍ଶନ ପରେ ବାପାଙ୍କୁ ମୁଖାଗ୍ନି ଦେଲେ ଅନୁଭବ

BJD

କଟକ: ଆଜି ଶେଷ ନିଦ୍ରାରେ ଶୋଇ ଯାଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି । ନିଜ ଜୀବନଠୁ ବେଶୀ ଭଲ ପାଉଥିବା ବାପାଙ୍କୁ କାନ୍ଧରେ ଧରି ମଶାଣି ଯାଉଛନ୍ତି ଅନୁଭବ । ବାପାଙ୍କ ସ୍ମୃତିରେ ଆଜି ଆଖିରେ ଆଖିଏ ଲୁହ ଆଉ ମନରେ ଅସୁମାରୀ କୋହ । ଯେଉଁ ବାପାଙ୍କୁ ସୁସ୍ଥ କରିବା ପାଇଁ ଦିନ ରାତି ଏକ କରିଦେଇଥିଲେ, ସେହି ବାପାଙ୍କୁ ଆଜି ସବୁଦିନ ପାଇଁ ଏ ଦୁନିଆରୁ ବିଦାୟ ଦେଉଛନ୍ତି ଅନୁଭବ । ନିଜ କାନ୍ଧରେ ବାପାଙ୍କ କୋକେଇକୁ କାନେ୍ଧଇ ଶ୍ମଶାନରେ ପହଞ୍ଚି ସାରିଛନ୍ତି, ହେଲେ ତଥାପି ସେ ଭାବି ପାରୁନାହାଁନ୍ତି ଯେ ବାପା ତାଙ୍କର ଏ ଦୁନିଆରେ ଆଉ ନାହାଁନ୍ତି । ମୁଖାଗ୍ନି ଦେବା ପର୍ଯ୍ୟନ୍ତ ସେ ବିଶ୍ୱାସ କରି ପାରୁନାହାନ୍ତି, ଯେ ତାଙ୍କ ବାପା ତାଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଉଛନ୍ତି ।

ମୃତ୍ୟୁ ଏକ ଚିରନ୍ତନ ସତ୍ୟ । ଏକଥା ଅନୁଭବ ଯେତେ ନିଜ ମନକୁ ବୁଝାଉଛନ୍ତି, ମନ କିନ୍ତୁ ତାଙ୍କର ବୁଝୁନାହିଁ । ଯେଉଁ ବାପାଙ୍କୁ ସେ ନିଜ ଜୀବନ ଠାରୁ ବି ବେଶୀ ଭଲ ପାଉଥିଲେ, ଆଜି ସେହି ବାପାଙ୍କ ଚିତାରେ ମୁଖାଗ୍ନି ଦେଉଛନ୍ତି ଅନୁଭବ । ନିଆଁ ଦେବା ଆଗରୁ ଶେଷ ଥର ବାପାଙ୍କ ପାଟିରେ ଖୁଆଇ ଦେଉଛନ୍ତି ଅନୁଭବ । ଆଖିରେ ଆଖିଏ ଲୁହ ଆଉ ଛାତିରେ ଛାତିଏ କୋହ ନେଇ ବାପାଙ୍କ ମୁହଁରେ ଖାଇବା ଟିକେ ଦେଉଛନ୍ତି ସେ । ଅନୁଭବ ଜାଣିଛନ୍ତି କି ତାଙ୍କ ହାତରୁ ବାପା ଆଉ କେବେ ବି ଖାଇପାରିବେନି ।

ଯେଉଁଠି ଚାଲିଛି ଓଲିଉଡ୍ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ଶେଷକୃତ୍ୟ । ସଜା ହୋଇଛି ଚିତା । ଆଉ ତା ଉପରେ ସବୁଦିନ ପାଇଁ ଶାନ୍ତିରେ ଶୋଇଯାଇଛନ୍ତି ଅନୁଭବଙ୍କ ବାପା । ଆଉ ମୁଖାଗ୍ନି ଦେବା ପୂର୍ବରୁ ଅନୁଭବ ପାଳନ କରିଛନ୍ତି ଅନ୍ତିମ କୃତ୍ୟର ସମସ୍ତ ରୀତି । ମୁଣ୍ଡ ବୁଡେଇ ଗାଧୋଇବା ସହ ପାଣି ଭର୍ତ୍ତି ମାଠିଆ ଧରି ବୁଲିଛନ୍ତି ଜୁଇ ଚାରିପଟେ । ଥରିଲା ଥରିଲା ହାତରେ ହାତରେ ସଜା ହୋଇଥିବା ଚିତା ଉପରେ ଚନ୍ଦନ କାଠ ରଖୁଛନ୍ତି । ଆଉ ଭଗବାନଙ୍କୁ ହାତ ଯୋଡି ପ୍ରାର୍ଥନା କରୁଛନ୍ତି ତାଙ୍କ ବାପାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ । ବାପା ତାଙ୍କର ଏ ଦୁନିଆରେ ଆଉ ନାହାଁନ୍ତି, ନିଜ ମନକୁ ଏକଥା ଯେତେ ବୁଝାଇଲେ ବି ଅମାନିଆ ମନ କିନ୍ତୁ ମାନିବାକୁ ପ୍ରସ୍ତୁତ ନାହିଁ ।

କାରଣ ତାଙ୍କ ହାତ ଛାଡି ବାପା ତାଙ୍କର ଏତେ ଶୀଘ୍ର ଆରପାରିକୁ ଚାଲିଯିବେ ସେକଥା ସେ ଭାବି ଭାବି ପାରୁନଥିଲେ । ସେଥି ପାଇଁ ତ ଆଖି କୋଣରୁ ତାଙ୍କର ବାରମ୍ବାର ବହିଆସୁଛି ତତଲା ଲୁହର ଧାର । ବାପାଙ୍କ ପାଦ ପାଖରେ ବସି ଅନ୍ତିମ ପ୍ରଣାମ ଜଣାଇବା ସହ ଲୁହ ଢାଳୁଛନ୍ତି ପୁଅ ଅନୁଭବ । ଖାଲି ଅନୁଭବ କାନ୍ଦୁନାହାଁନ୍ତି । ପରିବାର ସଦସ୍ୟ, ବନ୍ଧୁ ପରିଜନଙ୍କ ଠାରୁ ଆରମ୍ଭ କରି ଶ୍ମଶାନରେ ପହଞ୍ଚିଥିବା ଏବଂ ଅନୁଭବଙ୍କୁ ଭଲପାଉଥିବା ଅନେକ ସାଥୀ କଳାକାର ତଥା ପ୍ରଶଂସକ ମାନଙ୍କ ଆଖିରେ ବି ଭରିଯାଇଛି ଲୁହ । ଆଉ ଏକ ଶୋକାକୁଳ ପରିବେଶ ଭିତରେ ବାପାଙ୍କୁ ଜଣାଇଛନ୍ତି ଅନ୍ତିମ ବିଦାୟ ।

Get real time updates directly on you device, subscribe now.