fbpx

ପ୍ରକାଶ ପାଇଲା CTET ପରୀକ୍ଷା ରେଜଲ୍ଟ: ଏହି ଲିଙ୍କରେ କ୍ଲିକ କରି ଜାଣି ପାରିବେ ଫଳାଫଳ

ସିଟିଇଟି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ଜାନୁୟାରୀ ମାସରେ ହୋଇଥିବା ପରୀକ୍ଷାର ରେଜଲ୍ଟ ଜାଣିବା ପାଇଁ ଏହାର ଅଫିସିଆଲ ୱେବସାଇଟ ctet.nic.inକୁ ଯାଇ ଚେକ୍ କରିପାରିବେ । ସିବିଏସଇର ସିଟିଇଟି ପରୀକ୍ଷାର ଫଳାଫଳ ଜାଣିବାକୁ କେବଳ ପରୀକ୍ଷାର୍ଥୀଙ୍କ ରୋଲ୍ ନମ୍ବର ଆବଶ୍ୟକ ରହିଛି । ଗତ ଜାନୁୟାରୀ ୨୧ ତାରିଖରେ ଆୟୋଜିତ ହୋଇଥିଲା ସିବିଏସଇର ସିଟିଇଟି ପରୀକ୍ଷା । ଏହି ପରୀକ୍ଷାରେ ପ୍ରାୟ ୮୪% ପରୀକ୍ଷାର୍ଥୀ ଉପସ୍ଥିତ ରହିଥିଲେ ।

କିପରି ଚେକ୍ କରିବେ ସିଟିଇଟି ରେଜଲ୍ଟ?

– ଅଫିସିଆଲ ୱେବସାଇଟ ctet.nic.inକୁ ଯାଆନ୍ତୁ

– ହୋମ୍ ପେଜ୍ ରେ ଉପଲବ୍ଧ ସିଟିଇଟି ଜାନୁୟାରୀ ରେଜଲ୍ଟ ୨୦୨୪ ଲିଙ୍କରେ କ୍ଲିକ କରନ୍ତୁ

– ସିଟିଇଟି ରେଜଲ୍ଟ ଡାଉନଲୋଡ କରିବା ପାଇଁ ନିଜର ରୋଲ୍ ନମ୍ବର ଦିଅନ୍ତୁ

– ବର୍ତ୍ତମାନ ସ୍କ୍ରିନରେ ଆପଣଙ୍କ ସିଟିଇଟି ରେଜଲ୍ଟ ଦେଖିବାକୁ ମିଳିବ

– ରେଜଲ୍ଟ ଡାଉନଲୋଡ କରି ଏହାର ପ୍ରିଣ୍ଟ ଆଉଟ କରିପାରିବେ ।

ସିବିଏସଇ ପକ୍ଷରୁ ପ୍ରତିବର୍ଷ ୨ ଥର ସିଟିଇଟି ପରୀକ୍ଷା ଆୟୋଜନ କରାଯାଇଥାଏ । ପ୍ରଥମ ପରୀକ୍ଷା ଜୁଲାଇ ଏବଂ ଦ୍ୱିତୀୟଟି ଡିସେମ୍ବର ମାସରେ ଆୟୋଜନ କରେ ସିବିଏସଇ । ତେବେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀ ଦେଶର ଯେକୌଣସି କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ ଆର୍ମି ସ୍କୁଲଗୁଡ଼ିକରେ ଶକ୍ଷକ ପଦରେ ନିଯୁକ୍ତି ପାଇପାରିବେ ।

ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ପରୀକ୍ଷାର୍ଥୀଙ୍କୁ ନ୍ୟୁନତମ ଯୋଗ୍ୟତା ଅଙ୍କ ହାସଲ କରିବା ଆବଶ୍ୟକ । ସାଧାରଣ ବର୍ଗର ପରୀକ୍ଷାର୍ଥୀଙ୍କୁ ସର୍ବନିମ୍ନ ୬୦% ମାର୍କ ରଖିବା ଆବଶ୍ୟକ ହୋଇଥିବା ବେଳେ ଅନ୍ୟ ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସଳଚିତ ଜନଜାତି ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ,ହା ୫୫% ରଖାଯାଇଛି ।

Get real time updates directly on you device, subscribe now.