fbpx

(Video) ଓ’ ମ୍ୟାଡାମ୍, ତୁମର ଯଦି ସାବିତ୍ରୀ କରିବାର ଏତେ ସଉକ, ତେବେ ଥରେ ସାବିତ୍ରୀ ଓଷାର ବହି ପଢ଼- ଅନୁଭବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ପାରିବାରିକ ବିବାଦ ଏବେ କୋର୍ଟରେ ବିଚାରାଧୀନ ରହିଛି । ଏକ ସପ୍ତାହ ପୂର୍ବରୁ ଅନୁଭବ ତାଙ୍କର ଛାଡ଼ପତ୍ରକୁ ନେଇ ଅଭିମାନ ଭରା କଣ୍ଠରେ ଅନେକ କିଛି କହିଯାଇଥିଲେ । ଏ ଦୁନିଆରେ ଅନେକ ସେଲିବ୍ରେଟି, ରାଜନେତାଙ୍କର ଛାଡ଼ପତ୍ର ହୋଇଥାଇପାରେ । ମାତ୍ର ତାଙ୍କର ଛାଡ଼ପତ୍ର ଇତିହାସ ରଚିବ ବୋଲି ଅନୁଭବ କାନ୍ଦି କାନ୍ଦି କହିଥିଲେ । ସେହିପରି ୨୦୨୦ ମସିହାର ଏକ ଘଟଣାକୁ ନେଇ ଅନୁଭବ ଦୁଇଦିନ ତଳେ ପୁରୀ ଘାଟ ଥାନାରେ ମାମଲା ଦାୟର କରିଥିଲେ ।

ତେବେ ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଅନୁଭବ ଚୁପ୍ ବସିନାହାନ୍ତି । ପତ୍ନୀ ବର୍ଷାଙ୍କ ନାଁ ନେଇନଥିଲେ ହେଁ ପରୋକ୍ଷରେ ତାଙ୍କୁ କଟାକ୍ଷ କରିଛନ୍ତି । ସାବିତ୍ରୀରେ ଅନୁଭବ କରିଥିବା ପୋଷ୍ଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସାବିତ୍ରୀକୁ ନେଇ ବର୍ଷା ମିଛ ନାଟକବାଜୀ କରୁଥିବା ନେଇ ତାଙ୍କୁ ଇଙ୍ଗିତ କରିଛନ୍ତି ଅନୁଭବ । ତେବେ ସାବିତ୍ରୀ ଓଷା କରୁଥିବା ସବୁ ନାରୀଙ୍କ ପାଇଁ ସେ ଏହା ଲେଖିନାହାନ୍ତି ବୋଲି ମଧ୍ୟ ଅନୁଭବ ସ୍ପଷ୍ଟ କରିଛନ୍ତି । ତେବେ ଅନୁଭବଙ୍କ ଏହି ପୋଷ୍ଟ ପୁଣି ଥରେ ପାରିବାରିକ କଳହ ନିଆଁ ଘିଅ ଢାଳିବା ସଦୃଶ ହୋଇଛି ।

ଅନୁଭବ ଲେଖିଛନ୍ତି, ସନାତନ ଧର୍ମରେ ଜଣେ ସଧବା ନାରୀର ପ୍ରତୀକ ହେଉଛି ସିନ୍ଦୁର । ଏଇ ସିନ୍ଦୁର ଗୋଟେ ରଙ୍ଗ ନୁହେଁ କି କସମେଟିକ୍ ନୁହେଁ । ସିନ୍ଦୁରକୁ ଲଗାଯାଏନି ପିନ୍ଧାଯାଏ । ଖଣ୍ଡେ ପଥରରେ ଟୋପେ ସିନ୍ଦୁର ଲାଗିଲେ ସେ ଦେବୀ ହୋଇଯାଏ । ସେହିପରି ଜଣେ ନାରୀ ସିନ୍ଦୁର ପିନ୍ଧିଲେ ସେ ଦେବୀଠାରୁ ବି ଉଚ୍ଚାସନରେ ବସିଥାଏ । ଗୋଟିଏ ନାରୀ ପାଇଁ ସିନ୍ଦୁର ହେଉଛି ଭଗବାନ । ତୁମର ଯଦି ସାବିତ୍ରୀ କରିବାର ଏତେ ସଉକ ତେବେ ଥରେ ସାବିତ୍ରୀ ଓଷାର ବହି ପଢ଼ । ତା’ପରେ ତୁମେ ସିନ୍ଦୁର ଆଉ ସ୍ୱାମୀର ମାନେ କ’ଣ ବୁଝି ପାରିବ ।

Get real time updates directly on you device, subscribe now.