fbpx

କୋର୍ଟରେ ହାଜର ହେଲେ ଅନୁପ ସାଏ

ଭୁବନେଶ୍ୱର, ୧୮ା୨(ଓଡ଼ିଶା ଭାସ୍କର): ରାୟଗଡ଼ ଜିଲ୍ଲା ଜଜ୍ କୋର୍ଟରେ ହାଜର ହୋଇଛନ୍ତି ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏ । ତାଙ୍କୁ ବନ୍ଦୀଗୃହରୁ ଅଣାଯାଇ କୋର୍ଟରେ ହାଜର କରାଯାଇଛି । ଅନୁପଙ୍କ ଡ୍ରାଇଭରଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି । ହତ୍ୟାକାଣ୍ଡର ସମ୍ପୃକ୍ତି ନେଇ ଡ୍ରାଇଭର ବର୍ଦ୍ଧନ ଅସ୍ୱୀକାର କରିଥିବା ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ ଯେ ଗତ ୧୩ତାରିଖ ଦିନ ମାଆ ଓ ଝିଅଙ୍କୁ ହତ୍ୟା କରିବା ମାମଲାରେ ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ଏହାସହ ଅନୁପ ସାଏ ମଧ୍ୟ ହତ୍ୟା କରିଥିବା ମାନିଥିବାର ସୂଚନା ରହିଛି । କିନ୍ତୁ ହତ୍ୟା କାଣ୍ଡ ପଛରେ ଆଉ କାହାର ହାତ ରହିଛି ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.