fbpx

ଚକ୍ରଧରନଗର ଥାନାରେ ପହଞ୍ଚିଲେ ଅନୁପ

ରାୟଗଡ,୧୯ ।୨(ଓଡିଶା ଭାସ୍କର): କଳ୍ପନା ଓ ବବଲି ଡବଲ ମର୍ଡର ମାମଲାରେ ଜେରା ପାଇଁ ଚକ୍ରଧରପୁର ଥାନାରେ ପହଞ୍ଚିଲେ ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ । ସେଠାରେ ଅନୁପଙ୍କୁ ପଚରାଉଚରା କରାଯିବା ସହ ଡ୍ରାଇଭର ବର୍ଦ୍ଧନକୁ ଅନ୍ୟ ସ୍ଥାନରେ ପଚରାଉଚରା କରାଯିବା ନେଇ ଚର୍ଚ୍ଚା ରହିଛି । ଅନୁପ ଓ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନକୁ ୩ ଦିନିଆ ରିମାଣ୍ଡରେ ନେଇଛି ରାୟଗଡ ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ ଗତ ୧୩ତାରିଖ ଦିନ ମାଆ ଓ ଝିଅଙ୍କୁ ହତ୍ୟା କରିବା ମାମଲାରେ ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ଏହାସହ ଅନୁପ ସାଏ ମଧ୍ୟ ହତ୍ୟା କରିଥିବା ମାନିଥିବାର ସୂଚନା ରହିଛି । କିନ୍ତୁ ହତ୍ୟା କାଣ୍ଡ ପଛରେ ଆଉ କାହାର ହାତ ରହିଛି ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.