fbpx

କୃଷକଙ୍କ ଲାଗି ମୋଦୀ ସରକାରଙ୍କ ବଡ ଆଶ୍ୱସ୍ତି,ସାରରେ ସବସିଡି ପ୍ରଦାନ ଜାରି ରହିବା ସହିତ ମିଳିବ ଏହିସବୁ ସୁବିଧା

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଅର୍ଥାତ୍ ବୁଧବାର କେନ୍ଦ୍ର କ୍ୟାବିନେଟ୍ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ କୃଷକଙ୍କ ଲାଗି ବହୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିରୁଦ୍ଧରେ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ସରକାର ନିଷ୍ପତ୍ତି ନେଇଛନ୍ତି କି କୃଷକଙ୍କୁ ସାରରେ ମିଳୁଥିବା ସବସିଡି ଜାରି ରହିବ । ଏହା ସହିତ ସାରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ନାହିଁ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଏନବିଏସ୍ ଜରିଆରେ କୃଷକଙ୍କୁ ରିହାତି ମୂଲ୍ୟରେ ସାର ମିଳିବ ଓ ୟୁରିଆ ସାରର ମୂଲ୍ୟ ଗୋଟିଏ ଟଙ୍କା ବି ବଢିବ ନାହିଁ । ଏହା ସହିତ ମୋଦୀ କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଯୋଜନା–ତ୍ୱରିତ ଲାଭ କାର୍ଯ୍ୟକ୍ରମ ଜରିଆରେ ଉତ୍ତରାଖଣ୍ଡର ଜମରାନୀ ବନ୍ଧ ବହୁଉଦ୍ଦେଶ୍ୟ ପରିଯୋଜନାକୁ ସାମିଲ କରିବାକୁ ମଞ୍ଜୁରୀ ଦେଇଛନ୍ତି । ଅନୁରାଗ ଠାକୁର କହିଛନ୍ତି ଏହାଦ୍ୱାରା ଉତ୍ତରାଖଣ୍ଡ ଟ ଉତ୍ତରପ୍ରଦେଶକୁ ଲାଭ ମିଳିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ରବି ଋତୁ ଲାଗି ୧ ଅକ୍ଟୋବର ୨୦୨୩ରୁ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ସବସିଡି ଏହି ପ୍ରକାର ମିଳିବ । ନାଇଟ୍ରୋଜେନ୍ ଲାଗି କିଲୋଗ୍ରାମ ପ୍ରତି ଟ୪୭.୨ ପଇସା, ଫସ୍‌ଫରସ୍ ଲାଗି ଟ୨୦.୮୨ପଇସା, ପଟାଶ ଟ୨.୩୮ ପଇସା ସବସିଡି ମିଳିବ । ଅନ୍ତଃର୍ଜାତୀୟ ବଜାରରେ ମୂଲ୍ୟ ବଢିଲେ ବି ଏହି ସବସିଡି ଜାରି ରହିବ । ଏହା ସହିତ ଡି ଆମୋନିୟମ ଫସଫେଟ୍ (ଡିଏପି) ଉପରେ ସବସିଡି ଟନ୍ ପ୍ରତି ୪,୫୦୦ଟଙ୍କା ଜାରି ରହିବ ।

Get real time updates directly on you device, subscribe now.