fbpx

ଜନ୍ମଦିନ ପାଳିଲେନି ଅନୁଷ୍କା, ଜାରି କଲେ ଭିଡିଓ ମେସେଜ୍

ମୁମ୍ବାଇ, ୦୨ ।୦୫ (ଓଡ଼ିଶା ଭାସ୍କର) : ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ମେ ୧ ତାରିଖରେ ୩୩ ତମ ଜନ୍ମଦିନ ଥିଲା । ତେଣୁ ସେଲେବଙ୍କ ସମେତ ତାଙ୍କ ଫ୍ୟାନ୍ସ ମାନେ ତାଙ୍କୁ ସୋସିଆଲ ମିଡିଆ ଜରିଆରେ ଅନେକ ଅନେକ ଶୁଭେଚ୍ଛା ଜଣାଇଥିଲେ । ତେବେ ଏହି ଦିନ ସେ ନିଜ ଜନ୍ମଦିନ ପାଳନ କରି ନାହାନ୍ତି । ତା ବଦଳରେ ଏକ ଭିଡିଓ ମେସେଜ୍ ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଯଥା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମେସେଜ୍ ଦେଇଛନ୍ତି । ସେ ସେଥିରେ କହିଛନ୍ତି ଯେ, ସେ ତାଙ୍କ ଜନ୍ମଦିନ ପାଳନ କରି ନାହାନ୍ତି । ତା ବଦଳରେ ସେ ବିରାଟଙ୍କ ସହ ମିଶି ଏକ ମୁଭମେଣ୍ଟ ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଏହି ମୁଭମେଣ୍ଟକୁ ନେଇ ସେ ଏକ ଖାସ୍ ଅପିଲ୍ କରିଛନ୍ତି ତାଙ୍କ ଫ୍ୟାନ୍ସ ମାନଙ୍କୁ ।

 

View this post on Instagram

 

A post shared by AnushkaSharma1588 (@anushkasharma)

ସେ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ସେୟାର କରି କହିଛନ୍ତି ଯେ, ମୋ ଆଶା କରୁଛି ଯେ, ଆପଣ ମାନେ ସମସ୍ତେ ଖୁସିରେ ଥିବେ । ମୁଁ ଆପଣ ମାନଙ୍କ ଜନ୍ମଦିନ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଉଛନ୍ତି । ଆପଣ ମାନେ ମୋ ଦିନକୁ ବହୁତ ଖାସ୍ କରିଛନ୍ତି । ହେଲେ ଏହି କୋଭିଡ୍ ସଂଘର୍ଷ ସମୟରେ ମୁଁ ମୋ ଜନ୍ମଦିନ ପାଳନ କରିବାକୁ ଠିକ୍ ବୋଲି ଭାବିଲିନି । କିନ୍ତୁ ମୁଁ ଆପଣ ମାନଙ୍କ ବାର୍ଥ ଡେ ମେସେଜ୍ ଦେଖିଲି, ଏବଂ ଏବେ ମୋ ପାଖରେ ଆପଣ ମାନଙ୍କ ପାଇଁ ଗୋଟିଏ ମେସେଜ୍ ରହିଛି ।

 

ଏ ସମ୍ପର୍କରେ ସେ କହିଛନ୍ତି ଯେ, ମୁଁ ସମସ୍ତଙ୍କୁ ଅପିଲ୍ କରୁଛି ଯେ, ସମସ୍ତେ ମିଶି ଦେଶକୁ ସାହାଯ୍ୟ କରିବାପାଇଁ ଠିଆ ହେବା । ମୁଁ ଏବଂ ବିରାଟ ଆମ ତରଫରୁ ଏକ ଚେଷ୍ଟା ଆରମ୍ଭ କରିବାକୁ ଯାଉଛୁ । ଖୁବ୍ ଶୀଘ୍ର ସେ ବିଷୟରେ ସମସ୍ତ ତଥ୍ୟ ସେୟାର କରିବି ଯାହାଫଳରେ ଆପଣ ମାନେ ସେହି ମୁଭମେଣ୍ଟ ସହିତ ଯୋଡି ହେବେ ।

Get real time updates directly on you device, subscribe now.