fbpx

ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ଆଇସୋଲେସନ ବ୍ୟବସ୍ଥା

ବ୍ରହ୍ମପୁର , ୦୨/୦୫:  ଗଣମାଧ୍ୟମ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ରବିବାର ବ୍ରହ୍ମପୁରଠାରେ ଏକ ସ୍ୱତନ୍ତ୍ର କୋଭିଡ ଆଇସୋଲେସନ କେନ୍ଦ୍ର ଖୋଲାଯାଇଛି ।

ବ୍ରହ୍ମପୁର ପ୍ରେସ କ୍ଲବ ଦ୍ୱାରା ଖୋଲାଯାଇଥିବା ଏହି କେନ୍ଦ୍ରରେ ଆଠଟି ଶଯ୍ୟା ଅଛି ଏବଂ ଏଥିରେ ଦୁଇରୁ ତିନି ପରିବାର ରହିପାରିବେ। ବ୍ରହ୍ୱପୁର  ପ୍ରେସ କ୍ଲବ ଅଧ୍ୟକ୍ଷ ଶିଶିର ପାଣିଗାହୀ କହିଛନ୍ତି, “କୋଭିଡ ଲକ୍ଷଣ ସମୟରେ ନିଜକୁ ପୃଥକ ରହିବାରେ ସାମ୍ବାଦିକ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ସହଜ କରିବା ପାଇଁ ଆମେ ଅମ୍ଳଜାନ ସିଲିଣ୍ଡର, ପଲ୍ସ ଅକ୍ସିମିଟର, ଇନଫ୍ରା-ରେଡ ଥର୍ମୋମିଟର ବନ୍ଧୁକ ଏବଂ ଅନ୍ୟାନ୍ୟ ଉପକରଣ ର ବ୍ୟବସ୍ଥା ମଧ୍ୟ କରୁଛୁ ।”

ଶିଶିର ପାଣିଗାହୀ କହିଛନ୍ତି, “ଗତ ବର୍ଷ, ବ୍ରହ୍ମପୁରର ଆଠଜଣ ସାମ୍ବାଦିକ କୋଭିଡ ପଜିଟିଭ୍ ହୋଇଥିଲେ ଏବଂ ହୋମ ଆଇସୋଲେସନ ସମୟରେ ସେମାନେ ବହୁ ସମସ୍ୟାର ସମୁଖୀନ ହୋଇଥିଲେ  । ବ୍ରହ୍ମପୁରରେ ଦ୍ୱିତୀୟ ଲହରରେ ତିନି ଜଣ ସ୍ଥାନୀୟ ସାମ୍ବାଦିକ  କୋଭିଡ  ପଜିଟିଭ୍ ହୋଇଛନ୍ତି ।ଗତ ବର୍ଷ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ଉଦ୍ୟମ କରାଯାଇଥିଲା କିନ୍ତୁ କିଛି ସମସ୍ୟା ହେତୁ ଏହା ହୋଇପାରି ନଥିଲା ବୋଲି ଶ୍ରୀଯୁକ୍ତ ପାଣିଗ୍ରାହି କହିଛନ୍ତି।

Get real time updates directly on you device, subscribe now.