fbpx

ମେୟର ନିର୍ବାଚନରେ ବିଜେଡି ପାଇଁ କାଳ ସାଜିବେ ଅପରାଜିତା, ୨୦୧୯ ନିର୍ବାଚନର ରଣନୀତି ଆପ୍ଲାଏ କରିବେ କି ଭୁବନେଶ୍ୱର ସାଂସଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୌର ନିର୍ବାଚନ ଫାଇଟ ପାଇଁ ତିନି ପ୍ରମୁଖ ଦଳର ଯୋଦ୍ଧାମାନେ ପ୍ରସ୍ତୁତ ହୋଇଗଲେଣି । ତେବେ ଏଥର ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମେୟର ସିଟ ପାଇଁ କଡ଼ା ଟକ୍କର ଦେଖିବାକୁ ମିଳିବ । ବିଜେଡିରୁ ସୁଲୋଚନା ଦାସ, ବିଜେପିରୁ ସୁନୀତି ମୁଣ୍ଡ ଓ କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ତେବେ ପଞ୍ଚାୟତ ନିର୍ବାଚନରେ ବୃହତ ବିଜୟ ସହ ଆତ୍ମୋଗର୍ବିତ ହୋଇ ଉଠୁଥିବା ଶାସକ ଦଳ ପାଇଁ ବିଏମସି ଦଖଲ ଏତେ ସହଜ ହୋଇ ନପାରେ । ବିଜେଡି ଯେତେ ଶକ୍ତିଶାଳୀ ହେଲେ ହେଁ ରାଜଧାନୀର ପଲିଟିକାଲ ହିଷ୍ଟ୍ରି କିଛି ଅଲଗା ବୟାନ କରୁଛି ।

ବିଏମସି ନିର୍ବାଚନରେ ଶାସକଳ ଦଳର ମୁଣ୍ଡବିନ୍ଧାର କାରଣ ସାଜିପାରନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା । ଗତ ୨୦୧୯ ନିର୍ବାଚନ ସମୟରେ ବିଜେଡି ଯେପରି ଝଟକା ଖାଇଥିଲା, ତାହାର ପୁନରାବୃତ୍ତି ନ କରିବାକୁ ଚାହିଁବ ଶାସକ ଦଳ । ସେଥିପାଇଁ ଦଳ ଭାବିଚିନ୍ତି ସୁଲୋଚନାକୁ ବ୍ୟାଟିଂ କରିବାକୁ ଛାଡ଼ିଛି । ଏଥି ପାଇଁ ଗେମ୍ ପ୍ଲାନ୍ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ଦଳର ବହୁ ହେଭିୱେଟମାନେ । ସତରେ କ’ଣ ଏମାନେ ଅପରାଜିତାଙ୍କ ରଣକୌଶଳକୁ ଭେଦ କରିପାରିବେ ।

ଗତ ୨୦୧୯ ନିର୍ବାଚନରେ ବିଜେଡ଼ି ଏଠାରୁ ୩ଟି ବିଧାୟକ ସିଟ ଜିତିଥିଲେ ହେଁ ସାଂସଦ ପଦବୀ କିନ୍ତୁ ହରାଇଥିଲା । ଶାସକ ଦଳର କଳବଳ ସବୁ ଥିଲେ ବି ଅପରାଜିତା ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଅରୁପ ପଟ୍ଟନାୟକଙ୍କୁ ମାତ୍ ଦେବାରେ ସକ୍ଷମ ହୋଇଥିଲେ । ଅର୍ଥାତ ଶାସକ ଦଳର ଯେତେ ଦବଦବା ଥାଉ ନା କାହିଁକିି ରାଜଧାନୀର ବିଭିନ୍ନ ବର୍ଗର ଭୋଟରଙ୍କ ମଧ୍ୟରେ ଅପରାଜିତା ଗ୍ରହଣୀୟ ହୋଇ ରହିଛନ୍ତି । ଅତୀତରେ ବିଏମସି କମିଶନର ଥିବା ସମୟରେ ଅନେକ ବିକାଶମୂଳକ କାର୍ଯ୍ୟ କରି ରାଜଧାନୀବାସୀଙ୍କ ଦିଲ୍ ଜିତି ନେଇଥିଲେ ଅପରାଜିତା । ଚଳିତ ନିର୍ବାଚନରେ କିଏ ଜିତିବ କିଏ ହାରିବ ସେଇଟା ଅଲଗା କଥା । ମାତ୍ର ଯଦି ଅପରାଜିତାଙ୍କ ଅତୀତର ମ୍ୟାଜିକ୍ କାମ କରେ ତେବେ ବିଏମସି ହାତେଇବା ବିଜେଡି ପାଇଁ କାଠିକାର ପାଠ ହୋଇପଡ଼ିବ ।

Get real time updates directly on you device, subscribe now.