fbpx
BSKY
BJD SHG SKY
BJD MC SKY

Apple ର ନିୟମ କମ୍ପାନୀକୁ ହିଁ ପଡ଼ିଲା ମହଙ୍ଗା, ଏବେ କର୍ମଚାରୀଙ୍କ ଦେବ 250 କୋଟିର କ୍ଷତିପୂରଣ

ନୂଆଦିଲ୍ଳୀ: ଦିଗ୍ଗଜ ଟେକ୍ କମ୍ପାନୀ Apple ଅନେକ ଥର ଏହାର ପଲିସିକୁ ନେଇ ବିବାଦକୁ ଆସିଛି । ଅନେକ ମାମଲାରେ କମ୍ପାନୀ ଉପରେ ଫାଇନ୍ ମଧ୍ୟ ଲାଗିଛି । ଏଥିରେ iOS ଅପଡେଟ ମାମଲା ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲା, ଯେଉଁଥିରେ ଅପଡେଟ୍ ଜରିଆରେ ପୁରୁଣା iPhone କୁ ସ୍ଲୋ କରିବା କାରଣରୁ କମ୍ପାନୀ ଉପରେ ଫାଇନ୍ ଲାଗିଥିଲା । ଏଭଳି ଏକ ମାମଲାରେ ଆପ୍ପଲର ସେଟଲମେଣ୍ଟକୁ କୋର୍ଟ ମଞ୍ଜୁରୀ ଦେଇଛି ।

ଏପେ Apple ନିଜ କର୍ମଚାରୀଙ୍କୁ ୩.୦୫ କୋଟି ଡଲାର ଯାହା ଭାରତୀୟ ମୁଦ୍ରାରେ ୨୪୨.୦୩ କୋଟି ଟଙ୍କା ଫାଇନ୍ ଦେବ । ଏହି ରାଶି କମ୍ପାନୀର କର୍ମଚାରୀଙ୍କୁ ଏକ କ୍ଷତିପୂରଣ ଭାବରେ ମିଳିବ । ପ୍ରକୃତରେ ଆପ୍ପଲ କର୍ମଚାରୀଙ୍କୁ ପ୍ରତିଦିନ ନିଜର ବ୍ୟାଗ୍ ଚେକ୍ ଏବଂ ଆସବାବପତ୍ର ଚେକ୍ କରାଇବାକୁ ପଡ଼ିଥାଏ । ଯାହାକୁ ନେଇ ୨୦୧୩ ରେ କର୍ମଚାରୀମାନେ କମ୍ପାନୀ ବିରୋଧରେ ମକଦ୍ଦମା କରିଥିଲେ । ଯାହାକୁ କାଲିଫର୍ଣ୍ଣିଆ ଫେଡେରାଲ କୋର୍ଟ କର୍ମଚାରୀଙ୍କ ସପକ୍ଷରେ ଯାଇଛନ୍ତି ।

କର୍ମଚାରୀମାନେ କହିଥିଲେ ଯେ ଆପଲର ବ୍ୟାଗ୍ ଚେକ୍ ପଲିସି ବାଧ୍ୟତାମୂଳକ, ଏଥିପାଇଁ ଏହା କରିବାକୁ ପଡ଼ିଥାଏ । କିନ୍ତୁ ଏହା ଯୋଗୁଁ ପ୍ରତିଦିନ ସିଫ୍ଟ ପରେ ୩୦ ମିନିଟ୍ ପର୍ଯ୍ୟନ୍ତ ଲାଇନରେ ଛିଡା ହେବାକୁ ପଡ଼ିଥାଏ, ଥିରେ ଲାଗୁଥବା ସମୟରେ କୌଣସି ପେମେଣ୍ଟ ମଧ୍ୟ ମିଳିନଥାଏ । କର୍ମଚାରୀ ଅଭିଯୋଗ କରିଥିଲେ ଯେ ବ୍ୟାଗ୍ ଚେକ୍ ପଲିସି ରେ ବର୍ଷକୁ ଯେତିକି ସମୟ ଲାଗୁଛି ତାହର ମୂଲ୍ୟ ୧୫୦୦ ଡଲାର ହେବ କିନ୍ତୁ କମ୍ପାନୀ କର୍ମଚାରୀଙ୍କୁ ଏହା ଦେଉନାହିଁ ।

ଏହି ମାମଲାରେ ଆପଲ କହିଥିଲା ଯେ ବ୍ୟାଗ୍ ଚେକ୍ ପଲିସି ଜରୁରୀ କାରଣ ସେମାନଙ୍କୁ ଏହା ଚେକ୍ କରିଥାନ୍ତି ଯେ କମ୍ପାନୀର ପ୍ରୋଡକ୍ଟ କେହି ନେଉନାହାଁନ୍ତି ତ’ । ୨୦୨୦ ରେ କାଲିଫର୍ଣ୍ଣିଆ ସୁପ୍ରିମକୋର୍ଟ କର୍ମଚାରୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ଏବଂ ଆପଲକୁ କର୍ମଚାରୀଙ୍କ ଖର୍ଚ୍ଚ ସମୟ ପାଇଁ ଜୋରିମାନା ଦେବାକୁ କହିଥିଲେ । ଅଦାଲତଙ୍କ ନିଷ୍ପତ୍ତି ପରେ ଆପଲ ସେଟଲମେଣ୍ଟ ପାଇଁ ପ୍ରସ୍ତୁତ ହୋଇଥିଲା, ଯାହାକୁ ଏବେ କୋର୍ଟ ମଞ୍ଜୁରୀ ଦେଇଛନ୍ତି । ଏହାର ଫାଇଦା କମ୍ପାନୀ ୧୨ ହଜାର ବର୍ତ୍ତମାନର କର୍ମଚାରୀ ଏବଂ ପୂର୍ବ କର୍ମଚାରୀଙ୍କୁ ମିଳିବ ।

Get real time updates directly on you device, subscribe now.