Apple ପ୍ରେମୀଙ୍କ ପାଇଁ ଖୁସି ଖବର! ଲଞ୍ଚ ହେବ ସବୁଠୁ ଶସ୍ତା ଫୋନ, ଜାଣନ୍ତୁ କିଭଳି ରହିବ ଡିଜାଇନ୍
ଆପଲ୍ ଖୁବ୍ଶୀଘ୍ର ଏହାର ବଜେଟ୍ ସ୍ମାର୍ଟଫୋନ୍ iPhone SE ର ଏକ ନୂତନ ମଡେଲ୍ ଲଞ୍ଚ କରିପାରେ ।
ନୂଆଦିଲ୍ଲୀ: Apple ଖୁବ୍ଶୀଘ୍ର ଏହାର ବଜେଟ୍ ସ୍ମାର୍ଟଫୋନ୍ iPhone SE ର ଏକ ନୂତନ ମଡେଲ୍ ଲଞ୍ଚ କରିବାକୁ ଯାଉଛି । ରିପୋର୍ଟ ଅନୁସାରେ, ଏହି ଡିଭାଇସ୍ ଆସନ୍ତା ସପ୍ତାହରେ ଲଞ୍ଚ ହୋଇପାରେ । ତେବେ ଚଳିତ ମାସରୁ ହିଁ ସିପିଂ ଆରମ୍ଭ ହେବ ବୋଲି କୁହାଯାଇଛି ।
Bloombergର Mark Gurman ଅନୁସାରେ, ଆପଲ ଚଳିତ ଥର କୌଁଁସି ଲଞ୍ଚିଂ ଇଭେଣ୍ଟ କରିବ ନାହିଁ । Halloween ଅପଡେଟ୍ ଭଳି ଏହି ଫୋନକୁ ଲଞ୍ଚ କରିବ କମ୍ପାନୀ ।
iPhone SEର ଇତିହାସ- ପ୍ରଥମ iPhone SE 2016 ରେ ଲଞ୍ଚ ହୋଇଥିଲା ଏବଂ ଏହାକୁ Apple ର ସବୁଠାରୁ ଶସ୍ତା iPhone ଭାବରେ ପ୍ରଚଳନ କରାଯାଇଥିଲା। ୨୦୨୨ ମସିହାରେ ଲଞ୍ଚ ହୋଇଥିବା ତୃତୀୟ ପିଢ଼ିର iPhone SE ହେଉଛି ଏକମାତ୍ର iPhone ମଡେଲ୍ ଯାହା ହୋମ୍ ବଟନ୍ ଏବଂ ଟଚ୍ ଆଇଡି ସହିତ ଆସିଥାଏ ।
କିନ୍ତୁ ନୂତନ ପିଢ଼ିର iPhone SE iPhone 14 ର ଡିଜାଇନ୍ ଦ୍ୱାରା ଅନୁପ୍ରାଣିତ ହେବ, ଯେଉଁଥିରେ Face ID, A18 ଚିପସେଟ୍ ଏବଂ Apple Intelligence ଫିଚର୍ ମିଳିପାରିବ ।
iPhone SE 4ରେ କଣ ରହିବ ନୂଆ ଫିଚର-
ଡିଜାଇନ୍: iPhone 14 ପରି ଆଡଭାନ୍ସ ଲୁକ୍
ପ୍ରୋସେସର: ଆପଲ୍ର ନୂତନ A18 ଚିପସେଟ୍
ବାୟୋମେଟ୍ରିକ୍ସ: ଫେସ୍ ଆଇଡି ସମର୍ଥନ
ଚାର୍ଜିଂ ପୋର୍ଟ: USB-C ପୋର୍ଟ
ତେବେ ଏହା ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଲଞ୍ଚିଂ ତାରିଖ କିମ୍ବା ଦାମ୍ ନେଇ କୌଣସି ଘୋଷଣା କରାଯାଇ ନାହିଁ ।