fbpx
BJD SKY
BJD SKY

Appleକରୁଛି ପ୍ରଥମ ଥର ଛଟେଇ ! ଏହି ସେକ୍ଟର ଲୋକମାନଙ୍କର ଚାକିରୀ ଯିବାର ସମ୍ଭାବନା ଅଧିକ

BJD

ନୂଆଦିଲ୍ଲୀ: ଆପଲ୍ ଏପର୍ଯ୍ୟନ୍ତ ଛଟେଇ ମାର୍ଗ ଗ୍ରହଣ କରି ନାହିଁ। ଖର୍ଚ୍ଚ କମାଇବା ଏବଂ ଖର୍ଚ୍ଚ କାଟିବା ଭଳି କମ୍ପାନୀ ଏବେ ଛଟେଇର ପଦକ୍ଷେପ ନେଉଛି। ତେବେ ବର୍ତ୍ତମାନର ରିପୋର୍ଟ ଅନୁଯାୟୀ ଆମେରିକୀୟ କମ୍ପାନୀ ଆପଲ ମଧ୍ୟ ପ୍ରଥମ ଥର ପାଇଁ ଛଟେଇ କରିବାକୁ ଯାଉଛି।

ଟେକ୍ ସେକ୍ଟରରେ ହୋଇଥିବା ପରିବର୍ତ୍ତନ ପାଇଁ ଏବେ ସବୁ କମ୍ପାନୀ ନିଜ କର୍ମଚାରୀ ମାନଙ୍କୁ ଛଟେଇ କରୁଛନ୍ତି । ତେବେ ଏହା ଦୋୖଡରେ ଏବେ ସାମିଲ ହେଇଛି ଲୋକମାନଙ୍କ ସବୁଠାରୁ ଲୋକପ୍ରିୟ ବ୍ରାଣ୍ଡ ଆପଲ । ଅଆପଲ ମଧ୍ୟ କର୍ମଚାରୀଙ୍କୁ ବରଖାସ୍ତ କରିବାକୁ ଯୋଜନା କରୁଛନ୍ତି। ଖବର ଅନୁଯାୟୀ, ଆଇଫୋନ୍ ନିର୍ମାତା କର୍ପୋରେଟ୍ ରିଟେଲ ଦଳରୁ କିଛି ଲୋକଙ୍କୁ ଛୁଟିରେ ପଠେଇବାକୁ ଯୋଜନା କରୁଛନ୍ତି। ଯଦି ଏହା ଘଟେ, ଆପଲ୍ ଦ୍ୱାରା ଏହା ପ୍ରଥମ ଛଟେଇ ହେବ ।

ସୂଚନାମୁତାବକ ଗତ ବର୍ଷ ଠାରୁ, ବୈଷୟିକ ଶିଳ୍ପରେ ପୁନଃ ନିର୍ମାଣର ସଙ୍କଟ ଦେଖାଦେଇଛି। ବଡ ବଡ଼ ଟେକ କମ୍ପାନୀ ଯେପରି ଗୁଗୁଲ୍, ଆମାଜନ, ମେଟା ଟୁଇଟର ପରି ଅନେକ କମ୍ପାନୀ ଗୁଡିକ ବହୁ ପରିମାଣରେ ତାଙ୍କ କର୍ମଚାରୀ ମାନଙ୍କୁ ବରଖାସ୍ତ କରିଛନ୍ତି। ଏପର୍ଯ୍ୟନ୍ତ ଆପଲ୍ ଛଟେଇ ଠାରୁ ଦୂରରେ ରହି ଆସିଛି । ଆଉ କିଛି ଅନ୍ୟ ଉପାୟରେ ଖର୍ଚ୍ଚ ହ୍ରାସ କରିବାକୁ ଚେଷ୍ଟା କରୁଛି। ତଥାପି, ବର୍ତ୍ତମାନର ସୂଚନା ଅନୁସାରେ କିଛି କର୍ମଚାରୀଙ୍କୁ ଚାକିରୀ ହରାଇବାକୁ ପଡିବ। ଆଉ ଯାହା ଆଶା କରାଯାଉଛି ଛଟେଇର ପ୍ରଭାବ ଆପଲ୍ ର ବିକାଶ ଏବଂ ସଂରକ୍ଷଣ ଦଳରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଉପରେ ପଡିବ । ସେମାନେ ମୁଖ୍ୟତଃ ଏହି ଛଟେଇ ଦ୍ୱାରା ପ୍ରଭାବିତ ହେବେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ ନେଇ କୌଣସି ସ୍ପଷ୍ଟି କରଣ ମିଳିନାହିଁ ।

Get real time updates directly on you device, subscribe now.