fbpx

ବଦଳିଲା ଆପଲ୍‌ର ପଲିସି; ଏଣିକି ଆଉ ଆଇଫୋନ୍ ୟୁଜର୍ସଙ୍କୁ ମିଳିବନି ଏହି ମାଗଣା ଫିଚର

Advertisement

ନୂଆଦିଲ୍ଲୀ: ଆପଲ୍ ଫୋନର ଦାମ୍ ବହୁତ ଅଧିକ। ବିଶେଷ କରି ଭାରତରେ ଏହାର ଦାମ୍ ବହୁତ ଅଧିକ ରହିଛି। ସେଥିଲାଗି ଏହାର ୱାରେଣ୍ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। କାରଣ ଯଦି ଫୋନରେ କୌଣସି ସମସ୍ୟା ହୁଏ ତେବେ ଏହାକୁ ଠିକ୍ କରିବାକୁ ବହୁତ ଖର୍ଚ୍ଚ ହୋଇଥାଏ । ତେବେ ଆପଲର ପ୍ରଡକ୍ଟରେ ଆପଣଙ୍କୁ ଏକ ବର୍ଷର ୱାରେଣ୍ଟି ମିଳିଥାଏ, ଯାହାକୁ ଆପଣ କିଛି ଟଙ୍କା ଦେଇ ୨ ବର୍ଷ ମଧ୍ୟ ପାଇପାରିବେ ।

କିନ୍ତୁ ଆଜି ଆମେ ଆପଲର ୱାରେଣ୍ଟି ପଲିସିରେ ହୋଇଥିବା ପରିବର୍ତ୍ତନ ବିଷୟରେ କହିବାକୁ ଯାଉଛୁ, ଯାହା ପରେ ଆପଣଙ୍କ ଆପଲ ଆଇଫୋନ ଏବଂ ଆପଲ ୱାଚ୍ ରେ ଥିବା ସିଙ୍ଗଲ ହେୟାରଲାଇନ କ୍ରାକ୍କୁ ଷ୍ଟାଣ୍ଡାର୍ଡ ୱାରେଣ୍ଟିରେ କଭର କରିବାରୁ ହଟାଇ ଦିଆଯାଇଛି। ପଲିସିରେ ଏହି ପରିବର୍ତ୍ତନ ପରେ ଏହା ସ୍ପଷ୍ଟ ହୋଇଛି ଯେ ଯଦି ଆପଲ ଆଇଫୋନ କିମ୍ବା ଆପଲ ୱାଚରେ ଗୋଟିଏ ହେୟାରଲାଇନ କ୍ରାକ୍ ହୋଇଛି ତେବେ ଏହାକୁ ଠିକ୍ କରିବା ପାଇଁ ଆପଣଙ୍କୁ ଏବେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ଯାହା ପୂର୍ବରୁ ସମ୍ପୂର୍ଣ୍ଣ ମାଗଣା ଥିଲା, କାରଣ ୱାରେଣ୍ଟି ପଲିସି ଅଧୀନରେ ଏହା ମାଗଣାରେ ମରାମତି ହୋଇପାରୁଥିଲା । ଉଦାହରଣ ସ୍ୱରୂପ, ଆପଲ୍ ଆଇଫୋନ୍ ଏବଂ ୱାଚ୍ ର ସିଙ୍ଗର ହେୟାରଲାଇନ୍ କଭର୍ ୱାରେଣ୍ଟି ବାହାରେ ଅଛି। କିନ୍ତୁ ଗୋଟିଏ ଭଲ କଥା ହେଉଛି ଆଇପ୍ୟାଡ୍ ଏବଂ ମ୍ୟାକ୍ ବ୍ୟବହାରକାରୀଙ୍କ ପାଇଁ ଏହି ସେବା ଏବେ ବି ଏମିତି ଚାଲିବ। ଆପଲର ପଲିସିରେ ଏହି ପରିବର୍ତ୍ତନ ବିଷୟରେ ଆପଲ ଷ୍ଟୋରରେ ସୂଚନା ଦିଆଯାଇଛି ।

ଏହି ପ୍ଲାନ୍ ଦ୍ୱାରା ଆପଣ ଅଧିକ ଖର୍ଚ୍ଚରୁ ରକ୍ଷା ପାଇପାରିବେ। ସେଥିଲାଗି ଆପଣଙ୍କୁ ଏକ ପ୍ରୋଟେକ୍ସନ ପ୍ଲସ୍ ପ୍ଲାନ୍ ନେବାକୁ ପଡ଼ିବ। ଏହା ଆପଣଙ୍କ ଆଇଫୋନକୁ ୧ ବର୍ଷ ପର୍ଯ୍ୟନ୍ତ ସୁରକ୍ଷା ଦେବ ଏବଂ ଏହି ପ୍ଲାନର ପ୍ରାରମ୍ଭିକ ମୂଲ୍ୟ ୪୨୯୯ ଟଙ୍କା ରହିଛି। ଆଇଫୋନ୍ ବ୍ୟତୀତ ଆଇପ୍ୟାଡ୍, ଆଇପଡ୍, ମ୍ୟାକ୍, ହୋମ୍ପଡ୍ ଆଦି ଡିଭାଇସ୍ ପାଇଁ ମଧ୍ୟ ଏହି ସେବା ଉପଲବ୍ଧ।

 

Get real time updates directly on you device, subscribe now.