fbpx

ଆପଣାନ୍ତୁ ଏହି ଘରୋଇ ଉପାୟ; ମଶାଙ୍କ ଦୌରାତ୍ମ୍ୟରୁ ମିଳିବ ମୁକ୍ତି

ବର୍ଷାଦିନେ ମଶାମାଛିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଦେଖାଯାଇଥାଏ । ଏବେ ଡେଙ୍ଗୁର ଭୟ ବଢ଼ିବାରେ ଲାଗିଛି । ମଶା କାରଣରୁ ବିଭିନ୍ନ ରୋଗ ହେବାର ମଧ୍ୟ ଆଶଙ୍କା ଥାଏ । ତେବେ କେତୋଟି ସରଳ ଉପାୟରେ ଘରୁ ମଶା ଦୂରେଇ ହେବ ।

  • ନିୟମିତ ଭାବେ ଘରର ପ୍ରତ୍ୟେକ କକ୍ଷରେ କର୍ପୂର ଲଗାନ୍ତୁ । କର୍ପୂର ବାସ୍ନାରେ ମଶା ଶୀଘ୍ର ଦୂରେଇ ଯାନ୍ତି । କର୍ପୂର ଜଳାଇବା ସମୟରେ ନିଜ କକ୍ଷର ଝରକା, କବାଟ ୧୦ ମିନିଟ ପାଇଁ ବନ୍ଦ କରିଦିଅନ୍ତୁ ।
  • ଘରର ବିଭିନ୍ନ କୋଣରେ ନିମ ତେଲ, କର୍ପୂର ତେଲ ୩-୪ ବୁନ୍ଦା ନିୟମିତ ଭାବେ ପକାନ୍ତୁ ।
  • ଲେମ୍ବୁ ରସ ଓ ଲବଙ୍ଗ ରସ ମିଶାଇ ରଖନ୍ତୁ । ଘରେ ଯେଉଁ ସ୍ଥାନରେ ମଶା ଦେଖିବେ, ତୁରନ୍ତ ସେଇ ପାଣି ସ୍ପ୍ରେ କରିବେ । ମଶା ତୁରନ୍ତ ପଳାଇବେ ।
  • ରାତିରେ ଶୋଇବାକୁ ଯିବା ପୂର୍ବରୁ ୧-୨ଟି କୋଲା ରସୁଣ ଚୋବାଇ ଦିଅନ୍ତୁ ଦେଖିବେ ପୁରା ରାତି ଆପଣଙ୍କୁ ମଶା କାମୁଡ଼ିବ ନାହିଁ ।
  • ପ୍ରତିଦିନ ସକାଳ ସନ୍ଧ୍ୟାରେ ଝୁଣା ଦେଲେ ମଧ୍ୟ ମଶାଙ୍କ ପ୍ରକୋପ କମିଯାଏ ।

Get real time updates directly on you device, subscribe now.