fbpx

ଯୁକ୍ତ ଦୁଇ ନାମଲେଖା ପାଇଁ ଆଜିଠୁ ଆବେଦନ, ଜାଣନ୍ତୁ କେତେ ରହିଛି ଫି’

Advertisement

ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ ବର୍ଷ ନାମଲେଖା ଲାଗି ଆଜିଠାରୁ ଆବେଦନ ଆରମ୍ଭ ହେବ । ଛାତ୍ରଛାତ୍ରୀମାନେ ସାମ୍‍ସ୍‍ ୱେବ୍‍ସାଇଟ୍‍ରେ ଆସନ୍ତାମାସ ୬ ତାରିଖ ପର୍ଯ୍ୟନ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ବିଭାଗରେ ନାମଲେଖାପାଇଁ ଆବେଦନ କରିପାରିବେ । ସାଧାରଣବର୍ଗ ଛାତ୍ରଛାତ୍ରୀଙ୍କ ପାଇ ଆବେଦନ ଫି’ ୨୦୦ ଟଙ୍କା ଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଲାଗି ୧୦୦ ଟଙ୍କା ରହିଛି । ସେହିପରି ଦିବ୍ୟାଙ୍ଗ, ତୃତୀୟଲିଙ୍ଗୀ ଓ ଅନାଥ ପିଲାମାନେ ନିଃଶୁଳ୍କ ଆବେଦନ କରିପାରିବେ । ଆସନ୍ତା ଅଗଷ୍ଟ ୧ ତାରିଖରୁ ଯୁକ୍ତ ଦୁଇ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ତେବେ ରାଜ୍ୟରେ ଯୁକ୍ତ ଦୁଇ ପାଇଁ ନାମ ଲେଖାଇବାକୁ ଥିବା ୨ ହଜାର ୨୨୧ଟି କଲେଜରେ ଇ-ଆଡମିଶନ୍ କରାଯିବ। ଯୁକ୍ତ ଦୁଇ କଲେଜରେ ବର୍ତ୍ତମାନ ସୁଦ୍ଧା କଳାରେ ୨ ଲକ୍ଷ ୯୪ ହଜାର ୮୪୦ ସିଟ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୯୨୯ଟି ସିଟ ରହିଛି। ସେହିପରି ବାଣିଜ୍ୟରେ ୪୦ ହଜାର ୧୦୪, ସଂସ୍କୃତରେ ୧୩ ହଜାର ୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୦୪ ସିଟ୍ ଉପଲବ୍ଧ। ନାମଲେଖା ସମ୍ପର୍କରେ ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନଙ୍କ ପାଇଁ ହେଲପଲାଇନ ନମ୍ବର ଜାରି କରାଯାଇଛି । ଜୁଲାଇ ୬ ତାରିଖ ହେଉଛି ଆବେଦନର ଶେଷ ତାରିଖ। ଆବେଦନ ଫି’ ବାବଦକୁ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୨ଶହ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ଶହେ ଟଙ୍କା ଧାର୍ଯ୍ୟ କରାଯାଇଛି।

ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ଓ ଅନାଥ ପିଲାଙ୍କ ପାଇଁ ନିଶୁଳ୍କ କରାଯାଇଛି। ନାମଲେଖା ସରିବା ପରେ ଅଗଷ୍ଟ ପହିଲାରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତବର୍ଷ ୯୬.୦୭ % ଛାତ୍ରଛାତ୍ରୀ ମାଟ୍ରିକ ପାସ କରିଛନ୍ତି । ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳଏ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପାସ କରିଛନ୍ତି।

Get real time updates directly on you device, subscribe now.