fbpx

NALCO ପକ୍ଷରୁ ଆଜି ବାହାରିଲା ୩୭୫ଟି ପଦବୀ: ଆସନ୍ତା ୧୫ ଦିନ ମଧ୍ୟରେ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ଆଜି ୩୭୫ଟି ପଦବୀ ପାଇଁ ନୋଟିଫିକେସନ ଜାରି ହୋଇଛି । ତେଣୁ ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କୁ ଫିଟର, ଟର୍ଣ୍ଣର, ୱେଲ୍ଡର, ମେଶିନିଷ୍ଟ, ଇଲେକ୍ଟ୍ରିସିଆନ ଓ ଅନ୍ୟ ଟ୍ରେଡ ଆପ୍ରେଣ୍ଟାଇସ ପଦବୀରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ଅଫଲାଇନ ମୋଡ଼ରେ ଆବେଦନ କରିବେ । ଆବେଦନ କରିବାର ଅନ୍ତିମ ତାରିଖ ହେଉଛି ଆସନ୍ତା ଡିସେମ୍ବର ମାସ ୭ ତାରିଖ । ପ୍ରାର୍ଥୀଙ୍କୁ ୧୦ ପ୍ରକାରର ଚାକିରିରେ ନିଯୁକ୍ତି ମିଳିବ ।

ଲାବୋରେଟୋରୀ ଆସିଷ୍ଟାଷ୍ଟ (କେମିକାଲ ପ୍ଲାଣ୍ଟ) ପଦବୀ ପାଇଁ ପ୍ରାର୍ଥୀ ବି.ଏସସି (ଫିଜିକ୍ସ / କେମିଷ୍ଟ୍ରି) ପାସ୍ କରିଥିବା ଆବଶ୍ୟକ । ଅନ୍ୟ ସମସ୍ତ ପଦବୀ ପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ / ଆଇଟିଆଇ (ପ୍ରାସଙ୍ଗିକ ଟ୍ରେଡ) ରହିଥିବା ଆବଶ୍ୟକ ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/11/Notification-NALCO-Trade-Apprentice-Vacancy.pdf

ଅଫିସିଆଲ ୱେବସାଇଟ୍: https://nalcoindia.com/

Get real time updates directly on you device, subscribe now.