ପୃଥିବୀକୁ ଜଳ କେଉଁଠାରୁ ଆସିଲା: ୪୬୦ କୋଟି ବର୍ଷର ପୁରୁଣା ଉଲକାପିଣ୍ଡ ଖୋଲିବ ରହସ୍ୟ

ନୂଆଦିଲ୍ଳୀ: ଆମେ ସମସ୍ତେ ପୃଥିବୀରେ ବସବାସ କରୁଛେ । ଏଠାରେ ମଣିଷ ବଞ୍ଚିବା ପାଇଁ ଆବଶ୍ୟକ ହେଉଥିବା ଜଳ, ବାୟୁ ପରି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପଲବ୍ଧ ରହିଛି । ତେବେ ଆପଣ କହିପାରିବେ ପୃଥିବୀ ପୃଷ୍ଠକୁ ଜଳ କେବେ ଆଉ କେଉଁଠାରୁ ଆସିଥିଲା । ଏକଥା ଅନେକ ଜାଣିନଥିବେ । ଗତ ୨୦୨୧ରେ ବ୍ରିଟେନର ୱିଞ୍ଚକୋମ୍ବେ ସହରର ଏକ ଘର ସାମ୍ନାରେ ଏକ ପ୍ରାଚୀନ ଉଲକାପିଣ୍ଡ ମାଡ଼ ହୋଇଥିଲା । ଉକ୍ତ ଉଲକାପିଣ୍ଡରେ ପାଣି ରହିଥିଲା । ତାହା ପୃଥିବୀରେ ସଂଘଟିତ ହେଉଥିବା ରାସାୟନିକ ସଂରଞ୍ଚନା ସହିତ କିଛିଟା ମିଶୁଥିଲା ।

ତେବେ ଉକ୍ତ ଉଲକାପିଣ୍ଡ କିଛି ରହସ୍ୟକୁ ଉନ୍ମୋଚନ କରିବାରେ ସକ୍ଷମ ହୋଇଥିଲା । କୁହାଯାଉଛି ପୃଥିବୀ ପୃଷ୍ଠରେ ମାଡ଼ ହୋଇଥିବା ଉକ୍ତ ଉଲକା ପିଣ୍ଡ ପାଖାପାଖି ୪୬୦ କୋଟି ପୁରୁଣା ଥିଲା । ବୈଜ୍ଞାନିକଙ୍କ ମତରେ, ଯେତେବେଳେ ଅନ୍ୟ ସୌର ମଣ୍ଡଳରୁ ବରଫଯୁକ୍ତ କ୍ଷୁଦ୍ର ଗ୍ରହ ମାଧ୍ୟମରେ ଆମ ଗ୍ରହରେ ପାଣି ଜମା ହୋଇଥିଲା, ସେ ସମୟରେ ପୃଥିବୀ ଥଣ୍ଡା ହୋଇଥିଲା ଓ ଏଠାକାର ସ୍ଥିତି ବଦଳି ଯାଇଥିଲା । ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରେ ଏ ବାବଦରେ ଉଲ୍ଲେଖ କରାଯାଇଛି ।

ସାନ୍ସ ଆଡଭାନ୍ସେସ ନାମକ ଏକ ପତ୍ରିକାରେ ଏ ବାବଦରେ କୁହାଯାଇଛି । ସେଥିରେ ୱିଞ୍ଚକୋମ୍ବେ ଉଲକାପିଣ୍ଡକୁ ଏକ ନୂଆ ବିଶ୍ଲେଷଣ ଦିଆଯାଇଛି । ପୃଥିବୀକୁ ପାଣି କିପରି ଆସିଲା ତାହା ଏହି ଉଲକାପିଣ୍ଡରୁ ସୂଚନା ମିଳୁଛି । ଏହି ନମୂନାକୁ ଆଧାର କରି ଗବେଷକ ଭାବେ କାର୍ଯ୍ୟ ଜାରି ରଖିଲେ ଆଗାମୀ ଦିନମାନଙ୍କରେ ଆମ ସୌର ମଣ୍ଡଳରକୁ ନେଇ କିଛି ନୂଆ ରହସ୍ୟ ଉନ୍ମୋଚିତ ହୋଇପାରିବ ।

Get real time updates directly on you device, subscribe now.