fbpx

୩ଜିଲ୍ଲା ପାଇଁ ୩ସଚିବଙ୍କୁ ମିଳିଲା ନିଯୁକ୍ତି

ଭୁବନେଶ୍ୱର, ୨୩ା୪(ଓଡ଼ିଶା ଭାସ୍କର): ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଏହି ୩ଟି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହ ବୃଦ୍ଧି ପାଇବା ପ୍ରସଙ୍ଗରେ ୩ଜିଲ୍ଲାର ସ୍ଥିତି ସମୀକ୍ଷା ପାଇଁ ୩ସଚିବଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର । ଅବକାରୀ ପ୍ରମୁଖ ସଚିବ ଏସ୍.କେ. ଲୋହାନୀଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ସେହିପରି ରାଜ୍ୟପାଳଙ୍କ ସଚିବ ପି.କେ.ମେହେର୍ଦ୍ଦାଙ୍କୁ ଯାଜପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।ସ୍ୱତନ୍ତ୍ର କୃଷି ସଚିବ ଏସ୍.କେ.ବଶିଷ୍ଠଙ୍କୁ ବାଲେଶ୍ୱର ଦାୟିତ୍ୱ ମିଳିଛି । ଏହି ଜିଲ୍ଲା ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିବେ ୩ସଚିବ । ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ ୩ସଚିବ । ଗସ୍ତ ପୂର୍ବରୁ ସ୍ୱାସ୍ଥ୍ୟ ସଚିବ ଓ ବିଏମସି କମିସନର ଓ ସାମାଜିକ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ସେମାନେ ଭେଟିବେ । ସେମାନଙ୍କଠାରୁ କରେନା ସଂକ୍ରମଣ ଓ ଅନ୍ୟ ବିଷୟରେ ପରାମର୍ଶ ନେବେ ୩ସଚିବ ।

Get real time updates directly on you device, subscribe now.