fbpx

କରୋନା ଦୁଃଖ: ଦରମା ନମିଳିବାରୁ ଥାଳିରେ ଘାସ ରଖି ଖାଇବାରେ ଲାଗିଲେ ଗାର୍ଡ

ଦେଶରେ କରୋନା ପରିସ୍ଥିିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହାର ପ୍ରଭାବରେ ଶ୍ରମିକ ଓ ନିମ୍ନ ଶ୍ରେଣୀର ଲୋକେ ଖାଇବା ପାଇଁ ଆଉଟୁପାଉଟୁ ହେଉଥିବାର ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ସିକ୍ୟୁରିଟି ଗାର୍ଡ ଥାଳିରେ ଘାସ ରଖି ଖାଉଥିବାରୁ ଦେଖିବାକୁ ମିଳିଛି । ଭିଡିଓର ଯାଞ୍ଚ ପରେ ଜଣାପଡିଛି ଯେ, ବ୍ୟକ୍ତି ଜଣକ ଗୁରୁଗ୍ରାମର ଦୂରସଞ୍ଚାର କମ୍ପାନୀ ବିଏସଏନଏଲର ସିକ୍ୟୁରିଟି ଭାବେ କାମ କରୁଛନ୍ତି । ଗତ ୨ ମାସ ଧରି ଦରମା ନମିଳିବାରୁ ବାଧ୍ୟ ହୋଇ ତାଙ୍କୁ ଘାସ ଖାଇବାକୁ ପଡିଛି । ଗାର୍ଡଙ୍କ ନାମ ସଞ୍ଜୟ ହୋଇଥିବା ବେଳେ ସେ ପରିବାରର ପେଟ ପୋଷିବା ପାଇଁ ପଞ୍ଜାବରୁ ଗୁରୁଗ୍ରାମ ଆସି ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛନ୍ତି । ଗୋଟିଏ ପଟେ ଦେଶ କରୋନା ମହାମାରୀରେ ଲଢୁଥିବା ବେଳେ କିଛି କମ୍ପାନୀ ଗରୀବଙ୍କ ଟଙ୍କା ଖାଉଥିବା ଏହି ଭିଡିଓରୁ ସ୍ପଷ୍ଟ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.