fbpx

ମୋବାଇଲ ଫୋନ ଦ୍ୱାରା ବ୍ୟାପେ କରୋନା ,ବ୍ୟବହାର ଉପରେ କଟକଣା ।

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର): କରୋନା ସଂକ୍ରମଣ ରୋକିବାକୁ ବିଭିନ୍ନ କଟକଣା ଲଗାଇଛନ୍ତି ସରକାର । ପ୍ରଥମେ ହାତରେ ମୁହଁ ଛୁଇବା ଉପରେ କଟକଣା ପରେ ଘରୁ ବାହାରିବା ଉପରେ କଟକଣା । ଆଉ ଏବେ ମୋବାଇଲ ଫୋନ ବ୍ୟବହାର ଉପରେ ଲାଗିଛି କଟକଣା । ମୋବାଇଲ ଫୋନ ବି କରୋନା ବାହକ । ଏଥିରେ ଲାଗିଥିବା କାଚ ଓ ପ୍ଳାଷ୍ଟିକ ଉପରେ ଦୀର୍ଘ ସମୟ ରହିପାରେ କରୋନା ଭୂତାଣୁ । ଏପରି କହିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ଖାସ ସେଥିପାଇଁ ମୋବାଇଲ ଫୋନ ବ୍ୟବହାର ଉପରେ ଲାଗିଛି କଟକଣା । ଏଭଳି କଟକଣା ଲଗାଇଛନ୍ତି ପଶ୍ଚିମବଂଗ ସରକାର । ପଶ୍ଚିମବଂଗର ମେଡିକାଲରେ ଲଗାଯାଇଛି କଟକଣା ।ମେଡିକାଲ କୁ ଆସୁୂଥିବା ଡାକ୍ତର ,ରୋଗୀ ଓ ସ୍ୱସ୍ଥ୍ୟକର୍ମୀ ମେଡିକାଲ ରେ ପ୍ରବେଶ କରିବା ପୂର୍ବରୁ ଏହାକୁ ବାହାରେ ଡିପୋଜିଟ କରିବେ । ଫେରିବା ସମୟରେ ଏହାକୁ ଫେରିପାଇବେ ବୋଲି କହିଛନ୍ତି ପଶ୍ଚିମବଂଗ ମୁଖ୍ୟଶାସନ ସଚିବ ।

Get real time updates directly on you device, subscribe now.