fbpx

Truecaller ବ୍ୟବହାର ହୋଇପାରେ ସାଂଘାତିକ! କଣ୍ଟାକ୍ଟକୁ କରିଥାଏ ସାର୍ବଜନୀନ, କେବେ ବି ବିକିପାରେ ଆପଣଙ୍କ ଡାଟା

ନୂଆଦିଲ୍ଲୀ: ଯଦି ଆପଣ Truecaller ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ଖରାପ । ତେବେ ଟ୍ରୁକାଲର୍ ହେଉଛି ଏକ କଲର୍ ଆଇଡି ଏବଂ ସ୍ପାମ୍ ବ୍ଲକିଂ ସେବା, ଯାହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି କଲର୍ ଆଇଡିକୁ କହିବା । ଏହାର ଅର୍ଥ ଯଦି ଆପଣଙ୍କ ନମ୍ବରରେ କଲ୍ ଆସେ, ତେବେ ଏହି ଆପ୍ ଆପଣଙ୍କୁ ସେହି ନମ୍ବରର ମାଲିକଙ୍କ ନାମ କହିଥାଏ, ଯିଏ ଆପଣଙ୍କୁ କଲ୍ କରୁଛନ୍ତି । ଏବେ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯେ, ଟ୍ରୁକଲର୍ କିପରି ଜାଣିବ ନମ୍ବା କାହାର ? ତେବେ ଏହା ପଛରେ ଆପଣ ଏବଂ ଆମ ପରି ଲକ୍ଷ ଲକ୍ଷ ଉପଭୋକ୍ତାଙ୍କର ମୂଲ୍ୟବାନ ଡାଟା ରହିଛି ଏବଂ ଏହା ଆମ ପାଇଁ ସବୁଠାରୁ ବଡ ବିପଦ ।

ଏହି ଡାଟା ସାହାଯ୍ୟରେ ଆପ୍ ଆପଣଙ୍କୁ କଲରଙ୍କ ନାମ କହିଥାଏ । କିନ୍ତୁ ଆପ୍ ସହିତ ଉପଲବ୍ଧ ଡାଟା ଆପଣଙ୍କ ସମସ୍ତଙ୍କ ପାଇଁ ବିପଜ୍ଜନକ ହୋଇପାରେ । କିପରି ଟ୍ରୁକାଲର୍ ବ୍ୟବହାର କରିବା ଆପଣଙ୍କ ପାଇଁ ସାଂଘାତିକ ହୋଇପାରେ, ଆସନ୍ତୁ ଜାଣିବା…

କଣ୍ଟାକ୍ଟକୁ ସାର୍ବଜନୀନ କରିଥାଏ ଆପ୍ :-
ଟ୍ରୁକଲର୍ ଆପଣଙ୍କର ସମସ୍ତ କଣ୍ଟାକ୍ଟକୁ ସାର୍ବଜନୀନ କରିଥାଏ, ତେଣୁ ସମସ୍ତେ ଆପଣଙ୍କର କଣ୍ଟାକ୍ଟ ଦେଖିପାରିବେ । ଯଦି ଆପଣ ଭାବୁଛନ୍ତି କି ଏଥିରେ ବିପଦ କ’ଣ? ତେବେ ଆସନ୍ତୁ ଜାଣିବା ଏହାର ବିପଦ…

ଧରାଯାଉ ଆପଣଙ୍କ ପରିବାର ସଦସ୍ୟଙ୍କ ନମ୍ବର (ବିଶେଷକରି ମହିଳା) ମଧ୍ୟ ଆପଣଙ୍କ କଣ୍ଟାକ୍ଟ ତାଲିକାରେ ରହିଛି, ଯାହା ଟ୍ରୁକାଲର୍ ଦ୍ୱାରା ସାର୍ବଜନୀନ ହୋଇଥାଏ । ଏପରି ପରିସ୍ଥିତିରେ, ଯଦି ଏହି ନମ୍ବର ଭୁଲ ହାତରେ ପଡିଯାଏ, ତେବେ କ’ଣ ହେବ?

ଟ୍ରୁକଲର ଖୋଲାଖୋଲି ଭାବରେ ଆପଣଙ୍କର ଗୋପନୀୟତାକୁ ଉଲ୍ଲଂଘନ କରେ, କାରଣ ଆପଣ ଏହାର ଅନୁମତି ଦେଇଛନ୍ତି । ଯଦି ଆପଣ ଭାବୁଛନ୍ତି ଯେ, ଏହା କେବଳ କଣ୍ଟାକ୍ଟଗୁଡିକରେ ପ୍ରବେଶ କରେ, ତେବେ ଆପଣଙ୍କର ଏହା ଏକ ବଡ ଭୁଲ ଧାରଣା । କାରଣ ପ୍ରକୃତରେ ଆପଣ ଜାଣି ନାହାଁନ୍ତି ଟ୍ରୁକଲର୍ ଆପଣଙ୍କ ଫୋନରୁ କେଉଁ ପ୍ରକାରର ସୂଚନା ଆକ୍ସେସ୍ କରୁଛି । ଟ୍ରୁକଲର୍ ଆପଣଙ୍କ ନାମ, ମୋବାଇଲ୍ ନମ୍ବର, କଣ୍ଟାକ୍ଟ, ଇମେଲ୍ ଆଇଡି, ଆଇପି ଆଡ୍ରେସ୍ ଏବଂ ଅନ୍ୟାନ୍ୟ ସୂଚନାର ଆକସେସ୍ ନେଇଥାଏ ।

ଆପଣଙ୍କର ତଥ୍ୟ ବିକ୍ରି କରିପାରେ :-
ଟ୍ରୁକଲରର ଗୋପନୀୟତା ନୀତିରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ, ଏହା ଏହାର ଉପଭୋକ୍ତାମାନଙ୍କ ତଥ୍ୟକୁ ତୃତୀୟ ପକ୍ଷ କମ୍ପାନୀ ଏବଂ ଅନ୍ୟାନ୍ୟ ଦେଶ ସହିତ ସେୟାର କରିପାରିବ । ଅର୍ଥାତ୍ ଆପଣଙ୍କର ଡାଟା ଅନ୍ୟ କୌଣସି କମ୍ପାନୀ କିମ୍ବା ଦେଶକୁ ବିକ୍ରି ହୋଇପାରିବ ଏବଂ ଆପଣ ଏହାକୁ ବିରୋଧ ମଧ୍ୟ କରିପାରିବେ ନାହିଁ ।

Get real time updates directly on you device, subscribe now.