fbpx
BJD
BJD SKY
BJD SKY

ଟ୍ୱିଟର ନାମ X ରଖିବା ପରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ: ୟୁଜର୍ସ କରିପାରିବେ ଭିଡିଓ ଓ ଭଏସ୍ କଲ୍

ନୂଆଦିଲ୍ଲୀ: ୨୪ ଜୁଲାଇରେ ଏଲନ୍ ମସ୍କ ‘ଟ୍ୱିଟର’ର ନାମ ଏବଂ ଲୋଗୋକୁ X’ରେ ପରିବର୍ତ୍ତନ କରିଥିଲେ । ଏହା ପରେ ୨୬ ଜୁଲାଇରେ ଲୋଗୋର ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରିବା ପରେ ଏହାକୁ କଳା ଏବଂ ଧଳା ରଙ୍ଗରେ X’ରେ ପରିବର୍ତ୍ତନ କରାଯାଇଥିଲା । ଟ୍ୱିଟରକୁ Xରେ ନାମକରଣ କରିବା ପରେ ବର୍ତ୍ତମାନ କମ୍ପାନୀର ମାଲିକ ଏଲନ୍ ମସ୍କ ମଧ୍ୟ ଡୋମେନ୍ ପରିବର୍ତ୍ତନ କରିବା ଆରମ୍ଭ କରିଛନ୍ତି ।

ଅବଶ୍ୟ ଏହି ପରିବର୍ତ୍ତନ ବର୍ତ୍ତମାନ କେବଳ ଆପଲ୍ ବ୍ୟବହାରକାରୀଙ୍କ ପାଇଁ ଘଟିଛି । iOS ବ୍ୟବହାରକାରୀଙ୍କ ପାଇଁ ୟୁଆରଏଲଗୁଡିକ ବର୍ତ୍ତମାନ x.କମ୍ ରୁ ଜେନେରେଟ କରାଯାଉଛି । ପୂର୍ବରୁ ୟୁଆରଏଲରେ ଟ୍ୱିଟର ଡଟ୍ କମ୍ ଦେଖାଇଥିଲା, କିନ୍ତୁ ଏବେ ଆଇଓଏସ୍ ଉପଭୋକ୍ତାମାନେ ନିଜ ଆଇଫୋନ୍ କିମ୍ବା ଆଇପ୍ୟାଡରେ x ଆପ୍ ମାଧ୍ୟମରେ ଏକ ପୋଷ୍ଟ ସେୟାର କରୁଛନ୍ତି, ସେବେ ୟୁଆରଏଲରେ x.କମ୍ ଦେଖାଯାଉଛି ।

ଯଦିଓ ଡୋମେନରେ ପରିବର୍ତ୍ତନ କେବଳ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଘଟିଛି, କିନ୍ତୁ ଭର୍ଜଙ୍କ ରିପୋର୍ଟ ଅନୁଯାୟୀ ଏହା ଶୀଘ୍ର ଆଣ୍ଡ୍ରଏଡ୍ ଏବଂ ୱେବ୍ ପାଇଁ ମଧ୍ୟ ଲାଗୁ ହେବ ।

ଏହା ବ୍ୟତୀତ ଏକ୍ସ ସିଇଓ ଲିଣ୍ଡା ୟାକାରିନୋ ନିଶ୍ଚିତ କରିଛନ୍ତି ଯେ, ପ୍ଲାଟଫର୍ମ ବ୍ୟବହାରକାରୀମାନେ ଖୁବ୍ ଶୀଘ୍ର ନିଜ ଫୋନ୍ ନମ୍ବର ସେୟାର ନକରି ଅଡିଓ ଏବଂ ଭିଡିଓ କଲ କରିପାରିବେ ।

ସିଏନବିସି ସହିତ ବାର୍ତ୍ତାଳାପ ସମୟରେ ଲିଣ୍ଡା ନିଶ୍ଚିତ କରିଛନ୍ତି ଯେ, ଉପଭୋକ୍ତାମାନେ ସିଧାସଳଖ ମେସେଜ୍ (ଡିଏମ) ମେନୁରୁ କଲ କରିପାରିବେ ।

Get real time updates directly on you device, subscribe now.