fbpx
BSKY
BJD SHG SKY
BJD YOUTH SKY

Aptech ଏମଡି ଓ ସିଇଓ ଅନିଲ ପନ୍ତଙ୍କ ପରଲୋକ

ନୂଆଦିଲ୍ଲୀ: ଦେଶର ଛୋଟ ଛୋଟ ସହରରେ ଓ ଗାଁମାନଙ୍କରେ ଛାତ୍ରଛାତ୍ରୀଙ୍କର ସ୍ୱପ୍ନକୁ ସାକାର କରିବା କ୍ଷେତ୍ରରେ ଆପଟେକ କମ୍ପ୍ୟୁଟରର ଏକ ବଡ଼ ଭୂମିକା ରହିଛି । ଆପଟେକ ଲର୍ଣ୍ଣିଂର ଏମଡି ଓ ସିଇଓ ଅନିଲ ପନ୍ତଙ୍କର ପରଲୋକ ଘଟିଛି । ଅନିଲ ଦୀର୍ଘଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ଜନିତ କାରଣରୁ ଚିକିତ୍ସାଧୀନ ଥିଲେ । ଅଗଷ୍ଟ ୧୫ ତାରିଖରେ ଅନିଲଙ୍କର ବିୟୋଗ ଘଟିଥିବା କମ୍ପାନୀ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ।

ମୃତ୍ୟୁ ବେଳକୁ ଅନିଲଙ୍କୁ ମାତ୍ର ୫୪ ବର୍ଷ ବୟସ ହୋଇଥିଲା । ଅନିଲ ସର୍ବଦା କମ୍ପାନୀର କର୍ମଚାରୀଙ୍କ ସୁଖଦୁଃଖରେ ଛିଡ଼ା ହେଉଥିଲେ । ଏବେ ସମସ୍ତେ ତାଙ୍କର ଅଭାବକୁ ଅନୁଭବ କରୁଛନ୍ତି । ବୀମାର କାରଣରୁ ସେ ଗତ ଜୁନ ମାସ ୧୯ ତାରିଖରେ ଅନିଶ୍ଚିତ ଭାବେ ଛୁଟି ନେଇଥିଲେ । ଅନିଲଙ୍କ ବିୟୋଗ ପରେ କମ୍ପାନୀ ଉପରେ ତାଙ୍କର ଶକ୍ତି ଓ ଯୋଗଦାନର ପ୍ରଭାବ ନିଶ୍ଚିତ ଭାବେ ପଡ଼ିବ । କମ୍ପାନୀ ଜଣେ ଅସ୍ଥାୟୀ ସିଇଓଙ୍କ ନିଯୁକ୍ତି ଉପରେ ବିଚାର କରୁଥିବା ଅନିଲ ଛୁଟିରେ ଚାଲିଯିବା ପରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା ।

ଅନିଲ ଆଇଟି ଓ କମ୍ୟୁନିକେସନ ସ୍ପେସରେ ପାଖାପାଖି ୧୫ ବର୍ଷ ଧରି କାର୍ଯ୍ୟ କରିଥିଲେ । ସେ ଟାଟା କନସଲଟାନ୍ସି ସର୍ଭିସେସ ଓ ସିଫି ଟେକ୍ନୋଲୋଜିସ ସହ ମଧ୍ୟ ଯୋଡ଼ି ହୋଇଥିଲେ । ୨୦୧୬ ମସିହାରେ ସେ ଆପଟେକରେ ସାମିଲ ହୋଇଥିଲେ ଓ ତା’ପରେ କମ୍ପାନୀ ସଫଳତାର ଶୀର୍ଷକୁ ଛୁଇଁଥିଲା । ସେ ସେଲ୍ସ, କ୍ୱାଲିଟି, ମାର୍କେଟିଂ, ଡେଲିଭରି ଓ ପ୍ରଡକ୍ଟ ମ୍ୟାନେଜମେଣ୍ଟ ପରି ସବଜେକ୍ସଟସରେ ବହୁତ ପାରଦର୍ଶିତ ଦେଖାଇଥିଲେ ।

Get real time updates directly on you device, subscribe now.