fbpx

ଏବର୍ଷ ଶେଷକୁ ସତ ହେବ ବାବା ଭେଙ୍ଗାଙ୍କ ୩ଟି ଭୟଙ୍କର ଭବିଷ୍ୟବାଣୀ: ଶେଷ ହେବ ପୃଥିବୀ!

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ୨୦୨୩ରେ ସତ ହେବ ବୋଲି ଦାବି କରାଯାଉଛି । ଯାହାକୁ ନେଇ ଲୋକେ ଏବେ ଚକିତ ହୋଇଛନ୍ତି । ବାବାଙ୍କର ଏହା ବର୍ଷେ କି ୧୦ ବର୍ଷ ଭବିଷ୍ୟବାଣୀ ନୁହେଁ । ହଜାର ହଜାର ବର୍ଷ ପରର ଘଟଣାବଳୀ ବାବଦରେ ବି ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା । ବାବା ଭେଙ୍ଗା ନିଜର ଭବିଷ୍ୟବାଣୀ ପାଇଁ ସାରା ବିଶ୍ୱରେ ଜଣାଶୁଣା । ତାଙ୍କର ଅନେକ ଗୁଡିଏ ଭବିଷ୍ୟବାଣୀ ସତ ହେଉଥିବା ଦାବି କରାଯାଏ । ଏପରିକି ବିଶେଷଜ୍ଞମାନେ ମଧ୍ୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ନେଇ ଚକିତ ହୁଅନ୍ତି ।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସତ ହେଉଥିବା ବିଶ୍ୱବାସୀ ମନେ କରନ୍ତି । ସେ ଯାହାବି ଭବିଷ୍ୟବାଣୀ କରନ୍ତି ତାହାକୁ ନେଇ ବେଶ୍ ଚର୍ଚ୍ଚା ବି ହୋଇଥାଏ । ୨୦୨୩ ବର୍ଷ ପାଇଁ ମଧ୍ୟ ଅନେକ ଭବିଷ୍ୟବାଣୀ କରିଥିଲେ ବାବା ଭେଙ୍ଗା । ଯାହାକି ଚକିତ କରିବା ସହିତ ଭୟଭୀତ କରିବା ଭଳି ରହିଛି । ସତେ ଯେପରି ବାବା ଭେଙ୍ଗା ଭବିଷ୍ୟବାଣୀର ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିଛନ୍ତି । ୫ ବର୍ଷ କି ୧୦ ବର୍ଷ ନୁହେଁ ହଜାର ହଜାର ବର୍ଷ ପରର ଘଟଣାବଳୀ ବାବଦରେ ବି ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା । ସେଥିମଧ୍ୟରୁ ୩ଟି ଭବିଷ୍ୟବାଣୀକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଯାହାକି ୨୦୨୩ ପାଇଁ ଭବିଷ୍ୟବାଣୀ କରିଥିଲେ ବାବା ଭେଙ୍ଗା ।

ତେବେ ବାବା ଭେଙ୍ଗା କରିଥିବା ୩ଟି ଭବିଷ୍ୟବାଣୀ ହେଲା ମାନବ ପ୍ରଜନନ ଏକ କୃତ୍ରିମ ପ୍ରକ୍ରିୟାରେ ପରିଣତ ହେବ । ଲ୍ୟାବରେ କୃତ୍ରିମ ଗର୍ଭାଶୟରୁ ପିଲାମାନେ ଜନ୍ମ ହେବେ । ଯାହାକି ୨୦୨୩ ସୁଦ୍ଧା ସମ୍ଭବ ହେବ । ଆଉ କିଭଳି ପିଲା ଜନ୍ମ ହେବେ ତାହା ରାଜନେତାମାନେ ସ୍ଥିର କରିବେ । ଦ୍ୱିତୀୟ ଭବିଷ୍ୟବାଣୀଟେ ହେଲା ଡାକ୍ତରମାନେ ମଣିଷ ଉପରେ ଅନେକ ପରୀକ୍ଷଣ କରିବେ । ଯେଉଁଥିପାଇଁ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିବ । ବଡ ବଡ ଦେଶ ଜୈବିକ ଅସ୍ତ୍ର ପ୍ରୟୋଗ କରିବା ପାଇଁ ପରୀକ୍ଷଣ କରିବେ । ଯାହାକି ବୁମେରାଂ ସାବ୍ୟସ୍ତ ହେବ । ଜୈବିକ ଅସ୍ତ୍ର ପ୍ରୟୋଗ କରିବା ଫଳରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିବ । ସୌର ଝଡ ସୃଷ୍ଟି ହେବ । ଯାହାକି ଚଳିତ ବର୍ଷ ଅର୍ଥାତ୍ ୨୦୨୩ରେ ହେବ । ଯାହାକି ପୂର୍ବରୁ କେହି କେବେ ଦେଖିନଥିବେ । ସୌର ଝଡ ଫଳରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ଗୁରୁତର କ୍ଷତି ଘଟିବ । ଉପଗ୍ରହ ଗୁଡିକ ନଷ୍ଟ ହୋଇଯିବେ ।

Get real time updates directly on you device, subscribe now.