fbpx

୨୦୨୪ ଫାଇନାଲ ପୂର୍ବରୁ ବିଜେପିକୁ ସତର୍କ ଘଣ୍ଟି: ବିରୋଧୀ ମହାମେଣ୍ଟର ନେତୃତ୍ୱ ନେବେ କି କେଜ୍ରି, ବ୍ୟାକଫୁଟରେ ମମତା, ରାହୁଲଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଆଜି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି । ତେବେ ସଦ୍ୟ ରିପୋର୍ଟ ମୁତାବକ ଆମ ଆଦମୀ ପାର୍ଟି (ପଞ୍ଜାବ)ର ମୋଟ ୧୧୭ଟି ବିଧାନସଭା ସିଟ୍ ମଧ୍ୟରୁ ୯୦ଟିରେ ଆଗରେ ରହିଛି । ତେବେ ବର୍ତ୍ତମାନ ଭୋଟ ଗଣତିର ଅଧା ସମୟ ଅତିକ୍ରାନ୍ତ ହୋଇସାରିଥିବା ବେଳେ ଶେଷ ମୁହୂର୍ତ୍ତରେ ବାଜି ପଲଟିବା ଏକପ୍ରକାର ଅସମ୍ଭବ । ପୂର୍ବରୁ ଏକଜିଟ ପୋଲର ରିପୋର୍ଟ ମଧ୍ୟ ଏଏପି ସପକ୍ଷରେ ଯାଇଥିଲା । ତେବେ ସେ ଯାହା ବି ହେଉ, ପଞ୍ଜାବରେ ଏଏପି ସରକାର ଗଠନ କରିବା ଏକପ୍ରକାର ସ୍ଥିର ହୋଇସାରିଛି । ପରିସ୍ଥିତିକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ଚରନଜିତ ସିଂହ ଚନ୍ନି ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ରାଜ୍ୟପାଳଙ୍କୁ ଭେଟିଛନ୍ତି ।

ତେବେ ଦିଲ୍ଲୀ ପରେ ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବରେ ଆପର ନିଜ ସରକାର ଗଠନ କରିବାକୁ ଯାଉଛି । ଚଳିତ ନିର୍ବାଚନରେ ଭଗୱନ୍ତ ମାନଙ୍କୁ ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମୈଦାନକୁ ଛାଡ଼ିଥିଲା । ତେବେ ଏଏପିର ଏହି ବିଜୟ ଭାରତୀୟ ରାଜନୀତିକୁ ବହୁମାତ୍ରାରେ ବଦଳାଇ ଦେବ । କାରଣ ପୂର୍ବରୁ ଟିଏମସି ଓ କଂଗ୍ରେସ ମଧ୍ୟରେ ମୁଖ୍ୟ ବିରୋଧୀ ଆସନ ପାଇଁ ଏକପ୍ରକାର ଯୁଦ୍ଧ ଚାଲିଥିଲା । ବୋଧହୁଏ ଆଗାମୀ ଦିନରେ ଆପ ହିଁ ବିଜେପିକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି, ଏହା ହିଁ ଜନାଦେଶ କହୁଛି ।

ଅରବିନ୍ଦ କେଜ୍ରିୱାଲଙ୍କ ଏହି ବିଜୟ ରାହୁଲ ଗାନ୍ଧୀ ଓ ମମତା ବାନାର୍ଜୀଙ୍କୁ ବ୍ୟାକଫୁଟକୁ ଠେଲି ଦେଇଛି । ୨୦୨୪ ଲୋକସଭା ନିର୍ବାଚନ ପରି ଫାଇନାଲ ଫାଇଟକୁ ପାଖାପାଖି ଦୁଇବର୍ଷ ଥିବାବେଳେ ଆପ ନିଶ୍ଚିତ ଭାବେ ଚୁପ୍ ବସିବ ନାହିଁ । କିଛିଦିନ ପୂର୍ବରୁ ବିପକ୍ଷ ମହାମେଣ୍ଟ ଗଠନ ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ କେଜ୍ରୱାଲ ତା’ର ନେତୃତ୍ୱ ନେବା ଲାଗି ନିଜର ଦବଦବା ଜାହିର କରିସାରିଲେଣି । ତେବେ ଆଗାମୀ ଦିନରେ ବିଜେପିରେ ପ୍ରମୁଖ ରାଇଭାଲାରି କିଏ ହେବ? ଅରବିନ୍ଦ, ମମତା ନା ରାହୁଲ?

Get real time updates directly on you device, subscribe now.