fbpx

ବିଜୟୀ ପ୍ରାର୍ଥୀଙ୍କୁ ଶୋଭାଯାତ୍ରା ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଏହାରି ମଧ୍ୟରେ ବିଭିନ୍ନ ରାଜ୍ୟରେ ବିଜୟୀ ପ୍ରାର୍ଥୀଙ୍କୁ ଶୋଭାଯାତ୍ରା ପାଇଁ ମିଳିଛି ଅନୁମତି । ଦେଶରେ କରୋନା ସଂକ୍ରମଣ ହ୍ରାସ ସ୍ଥିତିକୁ ଦେଖି ନିର୍ବାଚନ କମିଶନର ନିଷ୍ପତ୍ତି ନେଇଛନ୍ତି । ଭୋଟ ଗଣା ଓ ଜିତିବା ପରେ ବିଜୟ ଶୋଭାଯାତ୍ରା କରିପାରିବେ ପ୍ରାର୍ଥୀ । ଏଥିପାଇଁ କଟକଣା କୋହଳ ସହ ଅନୁମତି ଦେଇପାରିବ ସ୍ଥାନୀୟ ପ୍ରଶାସନ ।

ତେବେ ସମଗ୍ର ଦେଶରେ କରୋନା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧିନରେ ଦେଶବ୍ୟାପି ଟିକାଦାନ କାର୍ଯ୍ୟକ୍ରମ ଚାଲୁ ରହିଛି । ଏପର୍ଯ୍ୟନ୍ତ ୧୭୯.୩୩ କୋଟି ଡୋଜ୍ ଟିକା ଦିଆଗଲାଣି । ସବିଶେଷ ତଥ୍ୟ ଅନୁଯାୟୀ ଦେଶରେ ୪୬,୯୬୨ ଜଣ ସକ୍ରିୟ ରୋଗୀ ଅଛନ୍ତି । ଦେଶରେ ସକ୍ରିୟ ରୋଗୀଙ୍କ ହାର ଠ.୧୧ ଶତାଂଶ ରହିଛି । ରୋଗୀଙ୍କର ଆରୋଗ୍ୟ ହାର ୯୮.୬୯ ଶତାଂଶ ଅଛି ।

Get real time updates directly on you device, subscribe now.