ବିଳମ୍ୱ ସହ ବାରମ୍ୱାର ବାହାଘର ଭାଙ୍ଗୁଛି କି, ଗାଧୋଇବା ବେଳେ କରନ୍ତୁ ଏହି ଉପାୟ, ଚୁଟକିରେ ହେବ ବାହାଘର

ଏହି ଉପାୟ କଲେ ମାସେ ଭିତରେ ହେବ ବାହାଘର। ଘରେ ହେବ ଧନବର୍ଷା।

ଓଡ଼ିଶାଭାସ୍କର: ଆପଣମାନେ ଜାଣିଥିବେ ଏମିତି ବି ପୁଅ ଝିଅ ଅଛନ୍ତି, ଯେଉଁମାନଙ୍କର ବାରମ୍ୱାର ବାହାଘର ଭାଙ୍ଗିଯାଏ। ଏପରିକି କେଉଁଠି ବେଦୀ ଉପରୁ ବର ଉଠି ଚାଲିଯାଏ ତ କେଉଁଠି ପୁଅ ଶିଶୁପାଳ ହୋଇ ଘରକୁ ଫେରେ।

ଅନେକ ଯୁବକ ଯୁବତୀଙ୍କ ବିବାହରେ ବାରମ୍ବାର ସମସ୍ୟା ଦେଖାଯିବା ସହ ବିବାହରେ ବିଳମ୍ବ ହୋଇଥାଏ। ତେବେ ଏଭଳି କିିଛି ସରଳ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ବିବାହରେ ଆସୁଥିବା ସମସ୍ୟା ଦୂର ହୋଇଥାଏ। ଶୀଘ୍ର ବିବାହ ମଧ୍ୟ ହୋଇଥାଏ।

ଶୀଘ୍ର ବିବାହ ପାଇଁ:  ମାନ୍ୟତା ଅନୁଯାୟୀ, ଗାଧୋଇବା ପାଇଁ ଥିବା ପାଣିରେ ଅଳ୍ପ ହଳଦୀ ମିଶାଇ ଏହି ପାଣିରେ ନିୟମିତ ସ୍ନାନ କରନ୍ତୁ। ୧ ମାସ ପର୍ଯ୍ୟନ୍ତ ଏହି ଉପାୟ କରିବା ଦ୍ୱାରା ବିବାହରେ ଆସୁଥିବା ବାଧା ଦୂର ହୋଇଥାଏ। ଶୀଘ୍ର ବିବାହ ହୋଇଥାଏ।

ଆର୍ଥିକ ଉନ୍ନତି ପାଇଁ: ପାଣିରେ ହଳଦୀ ମିଶାଇବା ସମୟରେ ଧ୍ୟାନ ଦେବେ ଯେପରି ପାଣି ଗାଢ ହଳଦୀ ଦେଖାନଯିବ। ଅଧା ଚାମଚ ହଳଦୀ ମିଶାଇ ସ୍ନାନ କରନ୍ତୁ। ଏହାଦ୍ୱାରା ବିବାହ ଶୀଘ୍ର ହେବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହାଦ୍ୱାରା ଖର୍ଚ୍ଚ ତୁଳନାରେ ବ୍ୟକ୍ତି ଅଧିକ ସଞ୍ଚୟ କରନ୍ତି।

ପାଣିରେ ହଳଦୀ ମିଶାଇବାର ଏକ ମୁଖ୍ୟ କାରଣ ରହିଛି। ବୃହସ୍ପତି ଗ୍ରହ ପ୍ରେମ, ବିବାହର ସ୍ୱାମୀ ଅଟନ୍ତି। ବୃହସ୍ପତିଙ୍କୁ ହଳଦୀ ସହ ଅନ୍ୟାନ୍ୟ ହଳଦିଆ ଜିନିଷ ଖୁବ୍‌ ପ୍ରିୟ। ମାନ୍ୟତା ଅନୁଯାୟୀ, ଗାଧୋଇବା ପାଣିରେ ହଳଦୀ ମିଶାଇ ସ୍ନାନ କରିବା ଦ୍ୱାରା ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜଭୁତ ହୋଇଥାଏ। ଫଳରେ ବିବାହରେ ଥିବା ସମସ୍ୟା ଦୂର ହୋଇ ଶୀଘ୍ର ବିବାହ ହୋଇଥାଏ।