fbpx

ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଓ କ୍ରିକେଟର ଶୁଭମନ ଗିଲଙ୍କ ମଧ୍ୟରେ ସମ୍ପର୍କ କ’ଣ? ଭାଇରାଲ ହେଲା ଏପରି ଫଟୋ

ଓଡ଼ିଶା ଭାସ୍କର: ଭାରତୀୟ କ୍ରିକେଟର ଶୁଭମନ ଗିଲ ଏବଂ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି। ପ୍ରାୟ ଦୀର୍ଘଦିନ ହେଲାଣି ଏହି ଚର୍ଚ୍ଚା ଲାଗିରହିଛି। ତେବେ ଉଭୟଙ୍କ ମଧ୍ୟରେ କେଉଁ ସମ୍ପର୍କ ରହିଛି ସେନେଇ ପ୍ରଶ୍ନ ଉଠୁଥିବା ବେଳେ ତାଙ୍କ ମଧ୍ୟ ପ୍ରେମ ସମ୍ପର୍କ ଥିବା କୁହାଯାଉଛି। କିନ୍ତୁ ଏହି ଗୁଜବକୁ ନେଇ ଉଭୟ କେବେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି। ମାତ୍ର ସେମାନଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ସବୁବେଳେ ଚର୍ଚ୍ଚାକୁ ସୁରାକ ଯୋଗାଇଥାଏ। ଏହିପରି ଏକ ପୋଷ୍ଟକୁ ନେଇ ଏବେ ପୁଣିଥରେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳୁଛି।

ସୂଚନା ଥାଉକି, ବର୍ତ୍ତମାନ ସୋସିଆଲ ମିଡିଆରେ ଉଭୟଙ୍କର ଏକ ଫଟୋ ଭାଇରାଲ ହେଉଛି । ଯେଉଁ ଫଟୋ ଦେଖି ଫ୍ୟାନ୍ସ ସନ୍ଦେହ କରୁଛନ୍ତି ଉଭୟଙ୍କ ମଧ୍ୟରେ କିଛି ସମ୍ପର୍କ ରହିଛି । ତେବେ ଆସନ୍ତୁ ଜାଣିବା ସେହି ଭାଇରାଲ ପୋଷ୍ଟ ବିଷୟରେ…

ବାସ୍ତବରେ, ସାରା ତେନ୍ଦୁଲକର ତାଙ୍କ ପରିବାର ସହିତ ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ ଇଭେଣ୍ଟରେ ଯୋଗ ଦେଇଥିଲେ । ଏହି ସମୟରେ ସାରା ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିବାର ନଜର ଆସିଥିଲେ । ଯେଉଁଥିରେ ଫଟୋରେ ତାଙ୍କ ସହ ଏକ କୁକୁର ମଧ୍ୟ ଦେଖିବା ପାଇଁ ମିଳୁଛି । ଏହା ପରେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଫ୍ୟାନ୍ସ ଦାବି କରିଛନ୍ତି ଯେ, ଏହି କୁକୁର କ୍ରିକେଟର ଶୁଭମନ ଗିଲଙ୍କର ବୋଲି । କାରଣ କିଛି ଦିନ ପୂର୍ବରୁ ଶୁଭମନ ଗିଲ ସୋସିଆଲ ମିଡିଆରେ ତାଙ୍କ ପୋଷା କୁକୁର ସହିତ ଏକ ଫଟୋ ସେୟାର କରିଥିଲେ। ଏହା ସେହି ସମାନ ପୋଷା କୁକୁର ଯାହା ସହିତ ସାରାଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଛି । ତେବେ ଉଭୟଙ୍କ ଫ୍ୟାନ୍ସ ଦାବି କରୁଛନ୍ତି ଯେ, ଏହା ସମାନ କୁକୁର ବୋଲି । ଏହି ଫଟୋ ଭାଇରାଲ ହେବା ପରେ ପୁଣି ସାରା-ଶୁଭମନଙ୍କ ସମ୍ପର୍କକୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Pictures Of Shubman Gill & Sara Tendulkar With Similar Pets Go Viral

Get real time updates directly on you device, subscribe now.