fbpx

ଦାନ୍ତ ଏବଂ ମାଢ଼ି କ୍ଷୟ ଆପଣଙ୍କୁ ଅସୁବିଧାରେ ପକାଉଛି କି! ତେବେ ଆଜିଠାରୁ କରନ୍ତୁ ଏହି ଉପାୟ

AAKASH

ଆମ ଚେହେରାର ସୌନ୍ଦର୍ୟ୍ୟ ବୃଦ୍ଧି ଦାନ୍ତ ଏବଂ ମାଢ଼ି ଉଭୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ସୁସ୍ଥ ରହିବାକୁ ହେଲେ ଜଣେ ବ୍ୟକ୍ତିକୁ ନିଜର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ସହିତ ପାଟିର ଯତ୍ନ ନେବା ମଧ୍ୟ ଉଚିତ।

ତଥାପି, ବେଳେବେଳେ କିଛି ଅସାବଧାନତା ହେତୁ ଆମ ଦାନ୍ତରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ । ଠିକ୍ ସମୟରେ ଯତ୍ନ ନନେଲେ ଆଗକୁ ବଡ଼ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଅନେକ ସମସ୍ୟା ସହିତ ଦାନ୍ତ ଏବଂ ମାଢ଼ି ଧୀରେ ଧୀରେ କ୍ଷୟ ହେବା ମଧ୍ୟ ଆରମ୍ଭ ହୁଏ । ଏପରି ପରିସ୍ଥିତିରେ କିଛି ସାଧାରଣ ଉପାୟ କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

ସଠିକ୍ ଖାଦ୍ୟ ଗ୍ରହଣ କରନ୍ତୁ- ସର୍ବପ୍ରଥମେ ଆପଣ ନିଜର ଖାଦ୍ୟାଭ୍ୟାସ ପ୍ରତି ଧ୍ୟାନ ଦିଅନ୍ତୁ । ଏହା ପାଟିର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସନ୍ତୁଳିତ ଖାଦ୍ୟ ଖାଇବା ଦ୍ୱାରା ଆପଣ ଦାନ୍ତ ଉପଯୁକ୍ତ କ୍ୟାଲସିୟମ୍ ଏବଂ ଫସଫରସ୍ ସହିତ ଅନ୍ୟାନ୍ୟ ଆବଶ୍ୟକ ଉପାଦାନ ମଧ୍ୟ ପାଇଥାଏ । ଏଥିପାଇଁ ଖାଦ୍ୟରେ ଦୁଗ୍ଧଜାତ ଦ୍ରବ୍ୟ, ପତ୍ରଯୁକ୍ତ ପନିପରିବା ଏବଂ ବାଦାମ ଅନ୍ତର୍ଭୁକ୍ତ କରନ୍ତୁ । ଅଧିକ ଚିନି ଏବଂ ଅମ୍ଳଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।

ଓରାଲ ହାଇଜିନ- ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କର ଦାନ୍ତ ଧଳା ଏବଂ ସଫା ହେଉ, ସେଥିପାଇଁ ଆପଣଙ୍କୁ ଓରାଲ ହାଇଜିନ ବା ପାଟିର ସ୍ୱଚ୍ଛତା ବିଷୟରେ ଧ୍ୟାନ ଦେବାକୁ ପଡ଼ିବ । ଏହା ସହିତ ସୁସ୍ଥ ମାଢ଼ି ପାଇଁ ଆପଣ ଦିନକୁ ଅତି କମରେ ଦୁଇଥର ଦାନ୍ତ ଘଷିବା ଉଚିତ । କିନ୍ତୁ ଦାନ୍ତ ଘଷିବା ପାଇଁ କେବଳ ନରମ ବ୍ରିଷ୍ଟଲ୍ ଟୁଥ୍ ବ୍ରଶ୍ ବ୍ୟବହାର କରନ୍ତୁ ।

ଫ୍ଲୋରାଇଡ୍ ଯୁକ୍ତ ଉତ୍ପାଦ- ଦାନ୍ତ ଏବଂ ମାଢ଼ି ପାଇଁ ଫ୍ଲୋରାଇଡ୍ ଉତ୍ପାଦଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ଏହା ଏକ ମିନେରାଲ୍ ଯାହା ଦାନ୍ତର ଏନାମେଲକୁ ମଜବୁତ କରେ । ତେଣୁ ଆପଣ ଟୁଥପେଷ୍ଟ ଏବଂ ମାଉଥ ୱାସ ଚୟନ କରନ୍ତୁ ଯେଉଁଥିରେ ଫ୍ଲୋରାଇଡ୍ ଥାଏ ।

Get real time updates directly on you device, subscribe now.