fbpx
BSKY
BJD MC SKY
BJD YOUTH SKY

(Video) କୋଚିଂ ସେଣ୍ଟରେ ଗୋଟିଏ ସିଟରେ ବସିବା ପାଇଁ ଦୁଇ ଛାତ୍ରଙ୍କ ମଧ୍ୟରେ ମାରପିଟ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କୋଚିଂ ସେଣ୍ଟରେ ଦୁଇ ଛାତ୍ର ମଧ୍ୟରେ ଗଣ୍ଡଗୋଳ ଭିଡିଓ ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ‘ଘର କେ କଲେଶ’ ନାମକ ଏକ୍ସ ହ୍ୟାଣ୍ଡେଲରେ ଏହି ଭିଡିଓ ଅପଲୋଡ କରାଯାଇଛି । ଏଥିରେ ଦୁହେଁ ଦୁହିଁଙ୍କୁ ଖୁବ ଜୋରରେ ମାରପିଟ କରୁଥିବାର ନଜର ଆସିଛନ୍ତି । ସୂଚନା ମିଳିଛି ଯେ, ଏହି ଝଗଡ଼ା ସିଟକୁ ନେଇ ହୋଇଛି । ଦୁହେଁ ଗୋଟିଏ ସିଟରେ ବସିବାକୁ ଚାହୁଁଛନ୍ତି । ଏହି ଘଟଣାଟି ଗୋଟେ ଇନଷ୍ଟିଚ୍ୟୁଟର ଅଟେ । ଦୁଇ ଛାତ୍ର ଯେଉଁ ଟି-ସାର୍ଟ ପିନ୍ଧିଛନ୍ତି, ସେଥିରେ ସଂସ୍ଥାର ନାମ ଦେଖାଯାଉଛି ।

ଭିଡିଓରେ ଦେଖାଯାଉଛି ଯେ, ଏହି ଦୁଇ ଛାତ୍ର ଦୁହେଁ ଦୁହିଁଙ୍କୁ ମୁଖା ଏବଂ ବିଧା ମାରୁଛନ୍ତି । ମାମଲା ବିଗିଡ଼ିବାକୁ ଲାଗିଛି । ଏହି ସମୟରେ କ୍ଲାସରେ ବସିଥିବା ଏହି ଘଟଣାର ଦୃଶ୍ୟ ମୋବାଇଲ ଫୋନରେ ରେକର୍ଡ କରିଛି । ଏହି ଭିଡିଓକୁ ଦେଖି ବହୁ ଛାତ୍ରଛାତ୍ରୀ ହସିବାକୁ ଲାଗିଛନ୍ତି । ଏହି ମାମଲା ବଢିବାକୁ ଦେଖି ଅନ୍ୟ ଏକ ଛାତ୍ର ଏହି ଦୁଇଜଣଙ୍କୁ ଅଲଗା କରିଛନ୍ତି । ଏହା ପରେ ମଧ୍ୟ ଏହି ଦୁଇ ବାଳକ ଶାନ୍ତିରେ ବସିବାକୁ ପ୍ରସ୍ତୁତ ନାହାନ୍ତି ।

ଭାଇରାଲ ହୋଇଥିବା ଭିଡିଓକୁ ୫୦ ହଜାରରୁ ଅଧିକ ଥର ଦେଖାଯାଇ ସାରିଛି । ଲୋକମାନେ ଏହାକୁ ବହୁ ସଂଖ୍ୟାରେ ଲାଇକ କରିଛନ୍ତି । କିଛି ଲୋକ କମେଣ୍ଟ କରି କହିଛନ୍ତି ଯେ, ଇନଷ୍ଟିଚ୍ୟୁଟରେ ଏପରି ଘଟଣା ସାଧାରଣ ହୋଇଗଲାଣି । ଅନ୍ୟ କେତକ କହିଛନ୍ତି ଯେ, WWE ମ୍ୟାଚ ଚାଲୁଛି ।

Get real time updates directly on you device, subscribe now.