fbpx

ଛଣା ତେଲରେ ରୋଷେଇ କରୁଛନ୍ତି କି ? ତେବେ ହୋଇଯାଅ ସାବଧାନ୍

ସାଧାରଣତଃ ଘରମାନଙ୍କରେ ଛଣାଛଣି ପରେ ତେଲ ବଳିଯାଇଥାଏ । ଘରେ ବେଳେ ବେଳ ପୁରି ବା ପକୁଡ଼ି ଛଣା ଯାଇଥିବା ତେଲରେ ଅନ୍ୟ ତରକାରୀ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ଆପଣ କ’ଣ ଜାଣନ୍ତି କି ଥରେ ବ୍ୟବହୃତ ହୋଇଥିବା ତେଲକୁ ପୁଣିଥରେ ବ୍ୟବହାର କରିବା ଆମ ସ୍ୱାସ୍ଥ୍ୟପକ୍ଷେ କେତେ କ୍ଷତିକାରକ? ତେବେ ଆସନ୍ତୁ ଜାଣିବା..

– ବାରମ୍ବାର ବ୍ୟବହାର ହେଉଥିବା ତେଲ ଆମ ଶରୀରରେ କେତେକ ରୋଗ ମଧ୍ୟ ସୃଷ୍ଟି କରିଥାଏ । ଏହି ତେଲ ଦ୍ୱାରା ପ୍ରସ୍ତୁତ ତରକାରୀ ଖାଇଲେ କୋଲେଷ୍ଟ୍ରଲ୍ର ସ୍ତର ମଧ୍ୟ ବୃଦ୍ଧି ପାଇଥାଏ । ଖାଲି ସେତିକି ନୁହେଁ, ହୃଦୟ ଜନିତ ରୋଗ ହେବାର ମଧ୍ୟ ଆଶଙ୍କା ଥାଏ । ଏମାନେ ଖାଦ୍ୟରେ ଲାଗିଲେ ସ୍ୱାସ୍ଥ୍ୟକୁ କ୍ଷତିଗ୍ରସ୍ତ କରିଥା’ନ୍ତି।

– ତେଲକୁ ଲଗାତାର ଗରମ କରିଲେ ସେଥିରେ ଧୀରେଧୀରେ ଫ୍ରି ରେଡିକଲ୍ ସର ତିଆରି ହୋଇଥାଏ । ଏହା ଫଳରେ ସେହି ତେଲରେ ଆଣ୍ଟି ଆକ୍ସିଡେ଼ଣ୍ଟ୍ର ମାତ୍ରା ସରିଯାଇଥାଏ ଓ ସେହି ତେଲରେ କର୍କଟରୁ କୀଟାଣୁ ଜନ୍ମ ନେଇଥା’ନ୍ତି ।

– ବେଳେ ବେଳେ ପକୋଡ଼ା, ଚିପସ ଆଦି ଫ୍ରାଏ ପାଇଁ ବ୍ୟବହୃତ ତେଲ ବଳକା ରହିଲେ, ସେଥିରେ ପୁଣି ଆଉ କିଛି ତେଲ ମିଶାଇ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ନୁହେଁ। ଏହା ମଧ୍ୟ ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ। ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ। ଖାଦ୍ୟ ବିଳମ୍ବରେ ଓ ଭଲ ଭାବେ ହଜମ ହୋଇନଥାଏ। ଏପରି କରିବା ଦ୍ବାରା ମୁଣ୍ଡ ବିନ୍ଧା, ଦୃଷ୍ଟି ଶକ୍ତି ଓ ସ୍ମରଣ ଶକ୍ତି ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।

Get real time updates directly on you device, subscribe now.