fbpx

ଆପଣ Insulin Resistanceର ଶିକାର ହୋଇନାହାଁନ୍ତି ତ ? ଏହି ୫ଟି ଲକ୍ଷଣ ଦେଖାଗଲେ ହୋଇଯାନ୍ତୁ ଆଲର୍ଟ

ଓଡ଼ିଶା ଭାସ୍କର: ଅଧିକାଂଶ ଡାଇବେଟିସ୍ ରୋଗୀ ଇନସୁଲିନ୍ ରେଜିଷ୍ଟାନ୍ସ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଇନସୁଲିନ୍ ହେଉଛି ଏକ ହରମୋନ୍ ଯାହା ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ ଏବଂ ଖାଦ୍ୟକୁ ଶକ୍ତିରେ ପରିଣତ କରିଥାଏ । କିନ୍ତୁ ବେଳେ ବେଳେ ଆମ ଶରୀର ଇନସୁଲିନକୁ ରେସପଣ୍ଡ୍ କରିବା ବନ୍ଦ କରିଦେଇଥାଏ । ଏଭଳି ସ୍ଥିତିକୁ ‘ଇନସୁଲିନ୍ ରେସିଷ୍ଟାନ୍ସ’ ବୋଲି କୁହାଯାଏ । ଏଭଳି ସ୍ଥିତିରେ ଯକୃତ, ଚର୍ବି ଏବଂ ମାଂସପେଶୀରେ ଥିବା କୋଷଗୁଡ଼ିକ ଇନସୁଲିନକୁ ନେଇ ପ୍ରତିକ୍ରିୟା ଦେବା ବନ୍ଦ କରିଦେଇଥାଏ । ତେବେ ନିମ୍ନଲିଖିତ ୫ଟି ଲକ୍ଷଣ ଦେଖାଗଲେ ଜାଣିବେ ଆପଣ ‘ଇନସୁଲିନ୍ ରେସିଷ୍ଟାନ୍ସ’ର ଶିକାର ହୋଇଛନ୍ତି ।

ଇନସୁଲିନ୍ ରେଜିଷ୍ଟାନ୍ସ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ସମୟ ପୂର୍ବରୁ ଏହାର ଲକ୍ଷଣକୁ ଚିହ୍ନଟ କରି ଡାକ୍ତରଙ୍କ ପରାମର୍ଶ ଏବଂ ଚିକିତ୍ସା ଦ୍ୱାରା ଏହି ସମସ୍ୟାରୁ ଦୂରେଇ ରହିପାରିିବେ ।

୧. ଭୋକ ବଢ଼ିଯିବା: ଆପଣଙ୍କୁ ପ୍ରତି ୨-୩ ଘଣ୍ଟା ମଧ୍ୟ ଭୋକ ଲାଗିଥାଏ । ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥିବାରୁ ଆପଣ ସବୁବେଳେ କିଛି ନା କିଛି ଖାଇବା ଉପରେ ଫୋକସ୍ କରିଥାନ୍ତ ।

୨. ମୁଣ୍ଡ ବିନ୍ଧା: ମୁଣ୍ଡ ବିନ୍ଧାର ଅନେକ କାରଣ ଥାଇପାରେ କିନ୍ତୁ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ସାଧାରଣ କଥା ନୁହେଁ । ଦିନକୁ ଅନେକ ଥର ମୁଣ୍ଡ ବିନ୍ଧା ହେଉଥିଲେ ଇନସୁଲିନ୍ ରେଜିଷ୍ଟାନ୍ସର ରିସ୍କ ବୃଦ୍ଧି ହୋଇପାରେ । ପ୍ରାୟ ଭୋଜନ କରିବା ସମୟରେ କିମ୍ବା ୫ରୁ ୬ ଘଣ୍ଟା ଭୋଜନ ନ ଖାଇଥିଲେ ଏପରି ମୁଣ୍ଡ ବିନ୍ଧି ଥାଏ ।

୩. ମିଠା ଖାଇବାକୁ ଇଚ୍ଛା ହେବା: ଡାଇବେଟିସ୍ ରୋଗୀଙ୍କ ପାଇଁ ଅତ୍ୟାଧିକ ମିଠା ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । କିନ୍ତୁ ପ୍ରତି ଭୋଜନ ପରେ ମିଠା ଖାଇବାର ଇଚ୍ଛା ହେଲେ ବିଶେଷ କରି ରାତିରେ । ତେବେ ଜାଣିବେ ଆପଣ ଇନସୁଲିନ୍ ରେଜିଷ୍ଟାନ୍ସର ଶିକାର ହୋଇଛନ୍ତି ।

୪. ହଠାତ୍ ଓଜନ ବୃଦ୍ଧି ହେବା: ସାଧାରଣତଃ ଡାଇବେଟିସ୍ ରୋଗୀ ନିଜ ଖାଦ୍ୟ ପେୟକୁ ନେଇ ଅଧିକ ଯତ୍ନବାନ ହୋଇଥାଏ । କିନ୍ତୁ ଆପଣଙ୍କ କ୍ୟାଲୋରି ଇନଟେକ୍ ଅଧିକ ନଥିଲେ ହଠାତ ଓଜନ ହଠାତ୍ ବଢ଼ିଯିବା ଚିନ୍ତାର ବିଷୟ । ଏମିତି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

୫. ପିଗମେଣ୍ଟେସନ୍‌: ସାଧାରଣତଃ ବେକ, ଗାଲ ଏବଂ ବାହୁରେ ଅଧିକ ପିଗମେଣ୍ଟେସନ୍ ଦେଖାଗଲେ ଇନସୁଲିନ୍ ରେଜିଷ୍ଟାନ୍ସର ଲକ୍ଷଣ । ତେଣୁ ଏହି ଲକ୍ଷଣକୁ ଗମ୍ଭୀର ଭାବେ ନେଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Get real time updates directly on you device, subscribe now.