fbpx

କୋପା ଆମେରିକା: ୨୮ ବର୍ଷ ପରେ ଆର୍ଜେଣ୍ଟିନା ଚାମ୍ପିୟନ୍

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଚଳିତ ବର୍ଷର କୋପା ଆମେରିକା ଚାମ୍ପିୟନ ହୋଇଛି । ଫାଇନାଲ ମ୍ୟାଚରେ ବ୍ରାଜିଲକୁ ୧-୦ ଗୋଲରେ ହରାଇ ଆର୍ଜେଣ୍ଟିନା କୋପା ଆମେରିକା ମୁକୁଟ ପିନ୍ଧିଛି । ଦୀର୍ଘ ୨୮ ବର୍ଷ ପରେ ଆର୍ଜେଣ୍ଟିନା କୋପା ଆମେରିକା ଚାମ୍ପିୟନ ହୋଇଛି । ଆର୍ଜେଣ୍ଟିନାର ମହାନ୍ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ପାଇଁ ଏହି ବିଜୟ ଏକ ଐତିହାସିକ ମୁହୂର୍ତ୍ତ ଥିଲା । କାରଣ ୧୬ ବର୍ଷ ଧରି ଅନ୍ତର୍ଜାତୀୟ ଆର୍ଜେଣ୍ଟିନା ପାଇଁ ମ୍ୟାଚ ଖେଳିବା ପରେ ସେ ଏହି ଟ୍ରଫି ହାତେଇବାରେ ସକ୍ଷମ ହୋଇଛନ୍ତି । ମ୍ୟାଚର ୨୨ତମ ମିନିଟରେ ଆର୍ଜେଣ୍ଟିନାର ରେଡ୍ରିଗୋ ଡେ ପଲ ସାଥୀ ଖେଳାଳି ଆଞ୍ଜେଲ ଡି ମାରିଆଙ୍କୁ ଏକ ଲଙ୍ଗ ପାସ୍ ଦେବା ପରେ ତାହା ଗୋଲରେ ପରିଣତ ହୋଇଥିଲା । ଅପରପକ୍ଷେ ବ୍ରାଜିଲର ତାରକା ଖେଳାଳି ନେମାର ଏହି ମ୍ୟାଚରେ ଦଳକୁ ବିଜୟୀ କରାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ତାହା ବୃଥା ହୋଇଥିଲା । ୩୪ ବର୍ଷୀୟ ମେସିଙ୍କ ଏହା ଶେଷ କୋପା ଆମେରିକା ଟୁର୍ଣ୍ଣାମେଣ୍ଟ ଥିଲା । ସେ ୨୦୦୭, ୨୦୧୫ ଓ ୨୦୧୬ରେ ଦଳର ନେତୃତ୍ୱ ନେଇଥିଲେ ମଧ୍ୟ ଫାଇନାଲରେ ଦଳ ପରାଜୟ ବରଣ କରିଥିଲା । ତେବେ ୨୯ ବର୍ଷୀୟ ନେମାର ଆହତ ହୋଇ ଦୁଇ ବର୍ଷ ଧରି ଦଳରୁ ଦୂରେଇ ରହିଥିଲେ ହେଁ ବ୍ରାଜିଲ ୨୦୧୯ରେ ପେରୁକୁ ୩-୦ରେ ହରାଇ କୋପା ଟ୍ରଫି ହାସଲ କରିଥିଲା । ଚଳିତ ଥର ବ୍ରାଜିଲ ଓ ଆର୍ଜେଣ୍ଟିନା ଚତୁର୍ଥ ଥର ପାଇଁ କୋପା ଫାଇନାଲରେ ମୁହାଁମୁହିଁ ହୋଇଥିଲେ ।

Get real time updates directly on you device, subscribe now.