fbpx

ତେଲ ପରେ ଶସ୍ତା ହେଲା ଡାଲି , ଜାଣନ୍ତୁ କିଲୋ ପିଛା କେତେ?

ନୂଆଦିଲ୍ଲୀ:ପେଟ୍ରୋଲ-ଡିଜେଲ ଓ ଖାଇବା ତେଲ ଶସ୍ତା ହେବା ପରେ ସାଧାରଣ ଲୋକଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର । ଆକାଶ ଛୁଆଁ ହୋଇଥିବା ଡାଲି ଦର ଏବେ ଶସ୍ତା ହୋଇଛି । କିଛି ମାସ ପୂର୍ବରୁ ହରଡ଼ ଡାଲି କିଲୋ ପିଛା ୯୫ରୁ ୧୦୦ ଟଙ୍କା ହୋଇଥିଲା । କିନ୍ତୁ ପରେ ଏହା କିଲୋ ପିଛା ୮୫-୮୬ ହୋଇଥିବା ବେଳେ ଏବେ ତାହା କମି କିଲୋ ପିଛା ୭୨ ରୁ ୭୫ ଟଙ୍କା ହୋଇଛି । ଅର୍ଥାତ୍ ଡାଲି ଦାମରେ ପ୍ରାୟ ୧୨ରୁ ୧୫ ଟଙ୍କା ହ୍ରାସ ହୋଇଛି । ଡାଲି ଦର ଖସିବା ଫଳରେ ସାଧାରଣ ଲୋକଙ୍କୁ ବଡ଼ ଆରାମ ମିଳିଛି ।

ଅନ୍ୟପଟେ ଉତ୍ତରପ୍ରଦେଶରେ ସୋରିଷ ତେଲ ଲିଟର ପିଛା ୫ରୁ ୧୦ ଟଙ୍କା ଶସ୍ତା ହୋଇଛି । ବରେଲିରେ ସୋରିଷ ତେଲ ଲିଟର ପିଛା ୧୬୮ ଟଙ୍କାରେ ମିଳୁଛି । ଅନ୍ୟପଟେ ରିଟେଲରେ ତେଲ ଦାମ ଲିଟର ପିଛା ୧୭୫ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି ।

Get real time updates directly on you device, subscribe now.