fbpx

ଗଞ୍ଜାମରେ ସେନା କର୍ମଚାରୀଙ୍କୁ ହତ୍ୟା

ଗଞ୍ଜାମ, ୨୦ା୮(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧୀନରେ ଥିବା ସାହସପୁର ଗ୍ରାମର ୨୭ବର୍ଷୀୟ ସେନା କର୍ମଚାରୀ ରଞ୍ଜନ ନାହାକଙ୍କୁ ହତ୍ୟା କରାଯାଇଛି । ଗାଙ୍ଗପୁର ଥାନା ବାଡ଼ୁଳା ଗାଁ ରେ ତାଙ୍କର ରକ୍ତ ଜୁଡ଼ୁବୁଡ଼ୁ ଶରୀରକୁ ଉଦ୍ଧାର କରି ମେଡ଼ିକାଳରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡକ୍ଟର ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ଘୋଷଣା କରିଥିଲେ । ଏହାସହ ଦୁର୍ବୃତ୍ତଙ୍କ ଆକ୍ରମଣରେ ତାଙ୍କର ଅନ୍ୟ ୨ଜଣ ସାଙ୍ଗ ମଧ୍ୟ ଆହତ ହୋଇଛନ୍ତି । ଆହତକଙ୍କୁ ଚିକିତ୍ସା ପାଇଁ ଆସିକା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପରେ ଘଟଣା ସ୍ଥଳରେ ଗାଙ୍ଗପୁର ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ସଙ୍ଗବଦ୍ଧ ହୋଇ ଆକ୍ରମଣ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

Get real time updates directly on you device, subscribe now.