fbpx

ଓଡ଼ିଶାରେ ସ୍ଥିତି ସାଙ୍ଘାତିକ! ରାଜ୍ୟର ୩୦ଜିଲ୍ଲାରୁ ଆଜି ୨୮୯୮ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୦।୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୨୮୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୭୯୨ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୬ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦୨୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ୫୨୪, ନୟାଗଡ଼ରୁ ୨୩୨, ଗଞ୍ଜାମରୁ ୨୨୬, କଟକରୁ ୨୪୧, ବଲାଙ୍ଗୀରରୁ ୧୭୩, ବାଲେଶ୍ୱରରୁ ୧୪୦, କୋରାପୁଟରୁ ୧୩୨, ଭଦ୍ରକରୁ ୧୦୭, ରାୟଗଡ଼ାରୁ ୧୦୫, ପୁରୀରୁ ୧୦୪, ସୁନ୍ଦରଗଡ଼ରୁ ୧୦୧, ଜଗତସିଂହପୁରରୁ ୮୪, ସମ୍ବଲପୁରରୁ ୭୭, କଳାହାଣ୍ଡିରୁ ୭୬, ଯାଜପୁରରୁ ୬୯, କନ୍ଧମାଳରୁ ୬୩, କେନ୍ଦ୍ରାପଡ଼ାରୁ ୫୭, ମାଲକାନଗିରିରୁ ୫୬, ଗଜପତିରୁ ୫୩,ମୟୁରଭଞ୍ଜରୁ ୫୩, ଝାରସୁଗୁଡ଼ାରୁ ୪୯, ଢ଼େଙ୍କାନାଳରୁ ୪୪, ନବରଙ୍ଗପୁରରୁ ୩୭, କେନ୍ଦୁଝରରୁ ୩୫, ସୋନପୁରରୁ ୨୩, ଅନୁଗୁଳରୁ ୧୬, ବରଗଡ଼ରୁ ୯, ନୂଆପଡ଼ାରୁ ୮, ଦେଓଗଡ଼ରୁ ୩, ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.