fbpx
BSKY
BJD MC SKY
BJD YOUTH SKY

ଜଗନ୍ନାଥଙ୍କ ଅର୍ପଣ ରଥ: ଭକ୍ତ ଦେଇଥିବା ଚାଉଳ, ଗୁଆ, ଅର୍ଘ୍ୟ ଆଦି କେଉଁ କାର୍ଯ୍ୟରେ ଲାଗିବ? ଜାଣନ୍ତୁ…

ଓଡିଶା ଭାସ୍କର: ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକର୍ପଣ କରିଥିଲେ। ତେବେ ଏହି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପୂର୍ବରୁ ପ୍ରତି ଗାଁ’ ଗାଁରେ ଅର୍ପଣ ରଥ ଘୁରି ବୁଲିଥିଲା। ଏଥିରେ ଭକ୍ତମାନେ ମହାପ୍ରଭୁଙ୍କ ପାଇଁ ଚାଉଳ, ଗୁଆ, ଶ୍ରୀଫଳ ଅର୍ଘ୍ୟ ଆଦି ଅର୍ପଣ କରିଥିଲେ। କିନ୍ତୁ ସଂଗୃହିତ ଏହି ସମସ୍ତ ସାମଗ୍ରୀକୁ ନେଇ କଣ କରାଯିବ ବୋଲି ପ୍ରଶ୍ନ ଉଠିଥିଲା। ତେବେ ଏସବୁକୁ ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଯିବ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଅର୍ପଣ ରଥରେ ମହାପ୍ରଭୁଙ୍କ ପାଇଁ ସଂଗୃହିତ ସମସ୍ତ ସାମଗ୍ରୀ ଚାଉଳ, ଗୁଆ ଓ ଶ୍ରୀଫଳ ଆଦି ଅର୍ଘ୍ୟ ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ । ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ମହାପ୍ରଭୁଙ୍କ ପାଇଁ ଭକ୍ତ ପ୍ରଦାନ କରିଥିବା ସମସ୍ତ ଜିନିଷକୁ ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଯିବ । ଏପରିକି ସଂଗୃହିତ ଚାଉଳକୁ ନିଯୋଗ ପକ୍ଷରୁ ରଖାଯିବ ସହ ମହାପ୍ରଭୁଙ୍କ ବିଭିନ୍ନ କାର୍ଯ୍ୟରେ ଲଗାଯିବ ବୋଲି ନିଯୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

 

Get real time updates directly on you device, subscribe now.